PPF ଧାରୀଙ୍କୁ ମିଳିବ ବଡ଼ ଫାଇଦା! 80C ନିବେଶ ସୀମା ବୃଦ୍ଧି ଓ Income Tax Free ନେଇ ଅର୍ଥମନ୍ତ୍ରୀ କରିପାରନ୍ତି ବଡ଼ ଘୋଷଣା
ନୂଆଦିଲ୍ଲୀ: ସରକାରୀ ଚାକିରିଆଙ୍କୁ ଏକ ବଡ଼ ଫାଇଦା ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଚାକିରିଆଙ୍କ ଟ୍ୟାକ୍ସ ଫ୍ରି ସୀମା ପାଞ୍ଚ ଲକ୍ଷକୁ ବୃଦ୍ଧି ନେଇ ହୋଇପାରେ ବଡ଼ ଘୋଷଣା । ଏହାବ୍ୟତୀତ ଆୟକର ଧାରା ୮୦ସି ଅଧିନରେ ନିବେଶ ସୀମା ବୃଦ୍ଧି ନେଇ ମଧ୍ୟ ଦାବି କରାଯାଉଛି । ସାଧାରଣ ଭାବେ ଫେବୃଆରୀ ମାସରେ ଆଗତ ହେବାକୁ ଥିବା ବଜେଟ ପୂର୍ବରୁ ଜନସାଧାରଣ କିଛି ଆଶା କରି ରହିଥାନ୍ତି ।
ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ)ର ବାର୍ଷିକ ଜମାରାଶି ୧.୫ ଲକ୍ଷରୁ ୩ ଲକ୍ଷକୁ ବୃଦ୍ଧି ନେଇ ଇନଷ୍ଟିଚ୍ୟୁଟ ଅଫ୍ ଚାର୍ଟାଡ ଆକାଉଣ୍ଟସ ଅଫ୍ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ ସୁପାରିଶ କରାଯାଇଛି । ଚାକିରିଆଙ୍କ ସହିତ ବିଜିନେସଧାରୀଙ୍କ ପାଇଁ ଏହା ଏକ ପସନ୍ଦଯୋଗ୍ୟ ସଞ୍ଚୟ ଯୋଜନା । ଯଦି ସରକାରଙ୍କ ତରଫରୁ ଏହି ପଦକ୍ଷେପ ନିଆଯାଏ ତେବେ ବେତନ ଭୋଗୀଙ୍କ ପାଇଁ ଏକ ଅଧିକ ଫାଇଦାଯୁକ୍ତ ହେବ । କାରଣ ଏମାନଙ୍କ ପାଇଁ ଇପିଏଫରେ ନିବେଶ କରିବାର ମଧ୍ୟ ବିକଳ୍ପ ରହିନଥାଏ ।
ଆଇସିଏଆଇ ପକ୍ଷରୁ ପଠାଯାଇଥିବା ସୁପାରିଶରେ କୁହାଯାଇଛି, ପିପିଏଫର ସୀମା ବୃଦ୍ଧି କରାଯିବା ଜରୁରୀ । କାରଣ ଏହା ଏକ ସୁରକ୍ଷିତ ଓ ଟ୍ୟାକ୍ସ ପ୍ରଭାବିତ ସଞ୍ଚୟ ଯୋଜନା । ନିବେଶକଙ୍କୁ ପ୍ରେରିତ କରିବା ପାଇଁ ହାଉସିଂ ଆଲାଉନ୍ସ, ଟ୍ରାଭେଲ ଆଲାଉନ୍ସ, ପର୍ସନାଲ ଆକ୍ସିଡେଣ୍ଟ ଇନ୍ସ୍ୟୁରାନ୍ସ ଆଦିର ପ୍ରିମିୟମ ଉପରେ ରିହାତି ଦେବାକୁ ମଧ୍ୟ କୁହାଯାଇଛି । ତେବେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ବ୍ୟତୀତ ଅନ୍ୟ ମେଟ୍ରୋ ସିଟିରେ ବେତନର ୫୦ ପ୍ରତିଶତ ମହଙ୍ଗା ଭତ୍ତା ମିଳିବା ଉଚିତ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।