ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟସ ବ୍ୟାଙ୍କକୁ ନେଇ ନିର୍ମଳା ସୀତାରମଣଙ୍କ ବିବୃତ୍ତି ସାମ୍ନାକୁ ଆସିଛି । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ତାଙ୍କ ସରକାର ଫିନଟେକକୁ ନେଇ ଉତ୍ସୁକ ଏବଂ ଏହି କ୍ଷେତ୍ରରେ ଅଧିକ ସେୟାରଧାରକଙ୍କ ସହ ଯୋଡିହେବାକୁ ଚାହୁଁଛନ୍ତି । ସେ ପେଟିଏମ କ୍ରାଇସିସକୁ ନେଇ ଯେକୌଣସି ଟିପ୍ପଣୀ କରିବାକୁ ପ୍ରତ୍ୟାଖାନ କରିଛନ୍ତି ।
ବିଜନେସ ଟୁଡେର ରିପୋର୍ଟ ମୁତାବକ, ଅର୍ଥ ମନ୍ତ୍ରୀ ଦେଇଥିବା ଏକ ଇଣ୍ଟରଭ୍ୟୁରେ ପେଟିଏମ ପେମେଣ୍ଟସ ବ୍ୟାଙ୍କର ପ୍ରଶ୍ନରେ କହିଲେ ଯେ, କୌଣସି ବିଶେଷ କମ୍ପାନୀ ଉପରେ ଟିପ୍ପଣୀ କରିବାକୁ ସେ ଚାହୁଁନାହାନ୍ତି । ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ ବୁଧବାର ଦିନ ବଡ କାର୍ଯ୍ୟକ୍ରମ କରି ଆରବିଆଇ ପ୍ରତିବନ୍ଧକ ଲଗାଇଛନ୍ତି । ଆରବିଆଇ କହିଛନ୍ତି ଯେ, ୨୯ ଫେବୃଆରୀ ପରେ ପେଟିଏମର ବ୍ୟାଙ୍କିଙ୍ଗ ସର୍ଭିସ ବନ୍ଦ ହୋଇଯାଇଛି । ଏହା ଦ୍ୱାରା ଆପଣ ଓ୍ବାଲେଟ ଠାରୁ ନେଇ ଫାସଟ୍ୟାଗ ଏବଂ ଅନ୍ୟ ବ୍ୟାଙ୍କିଙ୍ଗ ଫାସିଲିଟୀର ଉପଯୋଗ କରିପାରିବେ ନାହିଁ ।
ଯଦି ଆପଣ ପେଟିଏମ ଆପ ୟୁଜର୍ସ ତେବେ ଆପଣଙ୍କ ଉପରେ ଏହାର ବିଶେଷ କିଛି ପ୍ରଭାବ ପଡିବ ନାହିଁ । ୨୯ ଫେବୃଆରୀ ପରେ ଓ୍ବାଲେଟରେ ଜମା ଥିବା ଟଙ୍କା ଉପଯୋଗ କରିପାରିବେ । ହେଲେ କିଛି ନୁଆ ରାଶି ଜମା କରିପାରିବେ ନାହିଁ । ପୂର୍ବ ଭଳି ୟୁପିଆଇ ଉପଯୋଗ କରିପାରିବେ । ହେଲେ ଟପଅପ, ଗିଫ୍ଟ କାର୍ଡ ଏବଂ ଫାସଟ୍ୟାଗ ରିଚାର୍ଜ କରିପାରିବେ ନାହିଁ ।