fbpx
BJD SKY
BJD SKY

INDvsENG; ଦ୍ବିତୀୟ ଟେଷ୍ଟରେ ଭାରତର ପ୍ରଥମ ଇନିଂସ ୩୯୬ ରନ୍‌ରେ ସୀମିତ, ଜୟସ୍ୱାଲଙ୍କ ଦ୍ୱିଶତକ

BJD

ନୂଆଦିଲ୍ଲୀ: ଦ୍ବିତୀୟ ଟେଷ୍ଟରେ ଭାରତର ପ୍ରଥମ ଇନିଂସ ୩୯୬ ରନ୍ରେ ସୀମିତ, ଜୟସ୍ୱାଲଙ୍କ ଦ୍ୱିଶତକ । ଓପନର ଯଶସ୍ୱୀ ଜୟସ୍ୱାଲଙ୍କ ଚମତ୍କାର ଦ୍ୱିଶତକ ବଳରେ ଭାରତ ବିଶାଖାପାଟଣା ଟେଷ୍ଟର ପ୍ରଥମ ଇନିଂସରେ ୩୯୬ ରନ୍ କରିଥିଲା। ଜୟସ୍ୱାଲ ସର୍ବାଧିକ ୨୦୯ ରନ୍ କରିଥିଲେ। ଏହା ତାଙ୍କ କ୍ୟାରିୟରର ପ୍ରଥମ ଦ୍ୱିଶତକ। ଯଶସ୍ୱୀ ଜୟସ୍ୱାଲ ୨୭୭ ବଲର ଇନିଂସରେ ୧୮ ଚୌକା ଓ ୭ ଛକା ସାହାଯ୍ୟରେ ୨୦୦ ରନ୍ କରିଥିଲେ। ସେ ପ୍ରଥମ ଛକା ଓ ପରେ ଲଗାତାର ୨ ବଲ୍ ରେ ୪ ରନ୍ କରି ନିଜର ଦ୍ୱିଶତକ ପୂରଣ କରିଥିଲେ।

ତେବେ ଦ୍ୱିଶତକ ହାସଲ କରିବାର କିଛି ସମୟ ପରେ ସେ ୨୯୦ ବଲ୍ ରୁ ୨୦୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ଷଷ୍ଠ ଟେଷ୍ଟମ୍ୟାଚ୍ ରେ ଏହା ତାଙ୍କର ପ୍ରଥମ ଦ୍ୱିଶତକ। ନିଜ କ୍ଷୁଦ୍ର କ୍ୟାରିୟରରେ ଜୟସ୍ୱାଲ ୨ଟି ଶତକ ଓ ୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଗତକାଲି ଅପରାଜିତ ୧୭୯ ରନ୍ କରି ଜୟସ୍ୱାଲ ଶନିବାର ନିଜ ଇନିଂସକୁ ବଢ଼ାଇଥିଲେ। ତାଙ୍କ ସହ ଆର ଅଶ୍ୱିନ ଖେଳୁଥିଲେ। କିନ୍ତୁ ୨୦ ରନ୍ କରି ସେ ଆଉଟ୍ ହୋଇଯାଇଥିଲେ। ଆଜି କୁଲଦୀପ ଯାଦବ ୮ ଓ ବୁମ୍ରା ୬ ରନ୍ କରିଥିଲେ। ଆଣ୍ଡରସନ୍, ସୋଏବ ବଶିର ଓ ରେହାନ ଅହମ୍ମଦ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ।

Get real time updates directly on you device, subscribe now.