fbpx

ଭାରତରେ ୫ ନିବେଶକଙ୍କ ମଧ୍ୟରେ ମାତ୍ର ଜଣେ ମହିଳା: ସର୍ଭେ ରିପୋର୍ଟରୁ ମିଳିଲା ତଥ୍ୟ

Advertisement

ଭାରତରେ କୌଣସି ଆର୍ଥିକ ଯୋଜନା କରିବା, ଖାସକରି ନିବେଶ କରିବାରେ ମହିଳାଙ୍କ ଭାଗୀଦାରୀ କମ୍ ଦେଖିବାକୁ ମିଳେ । ଏହାକୁ ନେଇ ଆମ ଦେଶ ଏବେବି ପଛରେ ରହିଛି । ଏକ ଅନଲାଇନ ସର୍ଭେରେ ଅନୁଯାୟୀ ୫ରୁ ଜଣେ ମହିଳା ନିବେଶକୁ ନେଇ ଆଗ୍ରହୀ ଥାନ୍ତି ।

ଅନଲାଇନ ୱେଲଥ ମ୍ୟାନେଜମେଣ୍ଟ ପ୍ଲାଟଫର୍ମ କୁଭେରା ଦେଶରେ ନିବେଶ କରୁଥିବା ଏକ କମ୍ପାନୀ ମାନଙ୍କ ମଧ୍ୟରେ ଏକ ସର୍ଭେ କରିଥିଲା । ଏହି ସର୍ଭେରୁ ଜଣା ପଡ଼ିଥିଲା ଯେ ନିବେଶ କରୁଥିବା ୫ ଜଣକୁ ମଧ୍ୟରେ ମାତ୍ର ଜଣେ ମହିଳା ରହୁଛନ୍ତି ।

ଏହି ସର୍ଭେରୁ ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି ଯେ ପୁରୁଷଙ୍କ ତୁଳନାରେ ୫୦ % ମହିଳାଙ୍କୁ ନିଜର ୨୫ ତମ ବିବାହ ବାର୍ଷିକୀ ମନେ ରହିଥାଏ । ସେହିଭଳି ପୁରୁଷଙ୍କ ପାଖରେ ଏହାକୁ ପାଳନ କରିବାର ଭଲ ଯୋଜନା ରହିଥାଏ ।

ଏଭଳି ରହିଥାଏ ମହିଳାଙ୍କ ଫାଇନାନ୍ସିଆଲ ଗୋଲ:

ନିବେଶ କରୁଥିବା ମହିଳାଙ୍କ ଫାଇନାନ୍ସିଆଲ ଗୋଲରେ ସବୁଠାରୁ ଉପରେ ରହିଛି ରିଟାୟାରମେଣ୍ଟ ପ୍ଲାନ । ଯେତେବେଳେକି ଏହା ପରେ ମହିଳାମାନଙ୍କର ଘର, ପିଲାମାନଙ୍କ ଶିକ୍ଷା, ବିଦେଶ ଯାତ୍ରା, କାର୍ କିଣିବା ଭଳି ଫାଇନାନ୍ସସିଆଲ ଗୋଲ ରହିଛି ।

Get real time updates directly on you device, subscribe now.