fbpx

ହାତରେଖାରୁ ଜାଣନ୍ତୁ ଆପଣଙ୍କ ପାର୍ଟନରଙ୍କର କେତୋଟି ରହିଛି ପ୍ରେମ ସଂପର୍କ

ଅନେକ କାଳରୁ ହସ୍ତରେଖାର ଉପରେ ଲୋକ ବିଶ୍ୱାସ କରିଆସୁଛନ୍ତି । ଜ୍ୟୋତିମାନେ ହାତ ଦେଖି କିଛି କହିଲେ, ତାକୁ ବହୁ ଲୋକ ଅନୁସରଣ କରନ୍ତି ଏବଂ ସତ ବୋଲି ମଧ୍ୟ ମାନିଥାନ୍ତି । ହାତ ଦେଖି ଅନେକ ଲୋକ ନିଜର ଭବିଷ୍ୟତ ଏବଂ ବ୍ୟକ୍ତିତ୍ୱ ବିଷୟରେ ଜାଣିବା ଚାହାନ୍ତି । ଭାରତୀୟ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ବ୍ୟକ୍ତିଙ୍କ ଚରିତ୍ରର ଦର୍ପଣ ତାଙ୍କ ହାତରେଖା ହୋଇଥାଏ। ଶାସ୍ତ୍ର ଅନୁଯାୟୀ ଆପଣଙ୍କ ଭୀବନସାଥି ତଥା ପ୍ରେମୀକା/ପ୍ରେମିକ ବିଷୟରେ ମଧ୍ୟ ହାତ ପାପୁଲିରୁ ଜଣାପଡ଼ିଥାଏ। ଆଜି ଆମେ ହାତ ରେଖାରୁ କିପରି ଆପଣଙ୍କ ସାଥିଙ୍କ ଅଫେୟର୍ସ ବା ପ୍ରେମ ସଂପର୍କ ବିଷୟରେ ଜାଣିପାରିବେ ତାହା କହିବାକୁ ଯାଉଛୁ।

ହାତ ପାପୁଲିରେ ରହିଥିବା ରେଖା ମାନଙ୍କ ମଧ୍ୟରେ ରହିଥାଏ ଏକ ବିବାହ ରେଖା। ବିବାହ ରେଖା ଦେଖି ଜଣିହେବ ସାଥିଙ୍କର କେତେ ଜଣଙ୍କ ସହ ସଂପର୍କ ରହିଛି। ଏହି ରେଖା ପାପୁଲିର ଛୋଟ ଆଙ୍ଗୁଠି ତଳେ ରହିଥାଏ । ଏଥିରେ ମହିଳା ବା ପୁରୁଷଙ୍କ କେତେ ଜଣଙ୍କ ସହ ସଂପର୍କ ଅଛି ବା ବିବାହ ହେବାର ଅଛି ତାହାର ସୂଚନା ମିଳିଥାଏ। ଛୋଟ ଆଙ୍ଗୁଠି ତଳେ ଯେତିକିଟି ଗାର ରହିଥାଏ ସେହି ବ୍ୟକ୍ତିଙ୍କର ସେତିକିଟି ଆଫେୟାର ବା ଅନୈତିକ ସଂପର୍କ ରହିଥିବା ଜଣାପଡ଼ିବ। ଏହା ଆପଣ ନିଜ ସାଥିଙ୍କ ଉପରେ ଅବଲମ୍ବନ କରିମଧ୍ୟ ସତ୍ୟତା ବିଷୟରେ ଜାଣିପାରିବେ।

Get real time updates directly on you device, subscribe now.