fbpx

ଆସିଲା ରଥଯାତ୍ରା ନୀତିକାନ୍ତି ତାଲିକା, ଜାଣନ୍ତୁ କେତେ ବେଳେ କେଉଁ ନୀତି

ପୁରୀ, ୨୨ା୬(ଓଡ଼ିଶା ଭାସ୍କର): ରଥଯାତ୍ରାକୁ ଅନୁମତି ମିଳିବା ପରେ ରଥଯାତ୍ରା ନୀତିକାନ୍ତି ତାଲିକା ପ୍ରସ୍ତୁତ କରାଯାଇଛିି । ଆସନ୍ତାକାଲି ସକାଳ ୭ଟାରେ ପହଣ୍ଡି ଆରମ୍ଭ ହେବ । ଏହାପରେ ଦିନ ୧୦ଟାରେ ପହଣ୍ଡି କାର୍ଯ୍ୟ ଶେଷ କରାଯିବ । ଦିନ ୧୧ଟା ୩୦ରୁ ୧୨ଟା ୧୫ ମଧ୍ୟରେ ଛେରାପହଁରା ନୀତି ସମ୍ପନ୍ନ ହେବ । ୧୧.୪୫ରୁ ୧୨.୩୦ ମଧ୍ୟରେ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବ । ୧୨ଟାରେ ରଥ ଟଣା ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ ଜୁନ ୧୮ରେ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ । ତେଣୁ ଏହି ନିଷ୍ପତ୍ତି ଉପରେ ପୁର୍ନବିଚାର କରିବା ପାଇଁ ଆବେଦନ ହୋଇଥିଲା । ଆଜି ସୁପ୍ରିମକୋର୍ଟ ପୁନର୍ବିଚାର ଆବେଦନର ଶୁଣାଣି କରି ରଥଯାତ୍ରା କଟକଣା ଓ ବିନା ଭକ୍ତରେ କରିବା ପାଇଁ ଅନୁମତି ଦେଇଛନ୍ତି ।

Get real time updates directly on you device, subscribe now.