ଭଦ୍ରକ: ବଜାରରେ ଅଗ୍ନିକାଣ୍ଡ। ଭଦ୍ରକ ପୁରୁଣା ବଜାର ଥାନା ନିକଟ ହାଟରେ ଘଟିଛି ଅଗ୍ନିକାଣ୍ଡ। ହାଟରେ ଥିବା ୪ଟି ଦୋକାନ ଜଳିଯାଇଥିବା ସୂଚନା ମିଳିଛି। ଏଥିରେ ଲକ୍ଷାଧିକ ମୂଲ୍ୟର ଜିନିଷ ଜଳି ପୋଡି ପାଉଁଶ ହୋଇଯାଇଛି।
ଅଗ୍ନିକାଣ୍ଡ ଘଟିବା ପରେ ସଙ୍ଗେ ସଙ୍ଗେ ଦମକଳ ବାହିନୀକୁ ଡକାଯାଇଥିଲା। ତେବେ ବର୍ତ୍ତମାନ ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀଙ୍କର ପ୍ରୟାସ ଜାରି ରହିଛି। କେଉଁ କାରଣରୁ ନିଆଁ ଲାଗିଛି ଏପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ରହିଛି। ବିସ୍କୁଟ ଏବଂ ପ୍ଲାଷ୍ଟିକ ଗୋଦାମରେ ନିଆଁ ଲାଗିଯାଇଥିବା ସୂଚନା ରହିଛି।