ଭୁବନେଶ୍ବର: ଷ୍ଟୁଡିଓରେ ଭୟଙ୍କର ଅଗ୍ନିକାଣ୍ଡ । ଘରୋଇ ଚ୍ୟାନେଲର ଷ୍ଟୁଡିଓରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା । ଖୋର୍ଦ୍ଧା ସାରୁଅ ସ୍ଥିତ ଶିଳ୍ପାଞ୍ଚଳର ଏକ ଷ୍ଟୁଡିଓରେ ନିଆଁ ଲାଗିଯାଇଥିବା ଜଣାପଡିଛି । ତେବେ ନିଆଁ ଆଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଥିବା ଜଣାପଡିଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ସଟ୍ ସର୍କିଟ ପାଇଁ ନିଆଁ ଲାଗିଯାଇଥିବା ଜଣାପଡିଛି । ଖବରପାଇ ଅଗ୍ନିଶମ ବାହାନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
ଗତକାଲି ରାତିରେ ଷ୍ଟୁଡିଓରେ କାମ ସାରିବା ପରେ ଏହାକୁ ବନ୍ଦ କରାଯାଇଥିଲା । ତେବେ ହଠାତ୍ ସକାଳୁ ନିଆଁ ବାହାରୁଥିବା ଲୋକେ ଦେଖିବାକୁ ପାଇଥିଲେ । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଷ୍ଟୁଡିଓରେ ରହିଥିବା ଆସବାବପତ୍ର ଜଳିଯାଇଛି ।