fbpx
BSKY SKY
BSKY SKY

ସର୍ଟ ସର୍କିଟରୁ ସ୍କାୟେଟେକ୍ ଇନ୍‌ଫୋସିଟି ଭିଲାରେ ଲାଗିଲା ନିଆଁ : ଚନ୍ଦ୍ରଶେଖରପୁରର ନନ୍ଦନବିହାରରେ ଘଟିଲା ଅଘଟଣ

BSKY

ଭୁବନେଶ୍ୱର : ଚନ୍ଦ୍ରଶେଖରପୁରର ନନ୍ଦନବିହାରରେ ଆଜି ସକାଳ ସମୟରେ ଘଟିଛି ଏକ ଅଘଟଣ । ସ୍କାୟେଟେକ୍ ଇନ୍‌ଫୋସିଟି ଭିଲାରେ ଲାଗିଲା ନିଆଁ । ଏହି ଅଗ୍ନିକାଣ୍ଡଟି ୩ ମହଲା ବିଲ୍ଡିଂରେ  ଘଟିଛି । ଅଗ୍ନିକାଣ୍ଡ ବେଳେ ମହଲାରେ ଥିବା ତିନି ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।

ସୂଚନା ଅନୁସାରେ, ସର୍ଟ ସର୍କିଟ ଯୋଗୁଁ ଆଜି ସକାଳ ୬ଟା ସମୟରେ ନିଆଁ ଲାଗିଥିଲା । ଏହି ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି । ପରବର୍ତ୍ତୀ ସମୟରେ ନିଆଁକୁ ଆୟତ କରିବା ପାଇଁ ଚନ୍ଦ୍ରଶେଖରପୁରର ୩ଟି ଦମକଳ ଗାଡ଼ିକୁ ନିୟୋଜିତ କରାଯାଇଥିଲା । ଏହି ଅଗ୍ନିକାଣ୍ଡରେ ଘର ଭିତରେ ଫସି ରଜିଥିବା ୩ଜଣ ଲୋକଙ୍କୁ ରେସ୍କ୍ୟୁ କରିଥିଲେ ଅଗ୍ନିଶମ ବାହିନୀର କର୍ମଚାରୀ । ଏହି ଘଟଣାରେ ଦୁଇ ଅଗ୍ନିଶମ ବାହିନୀର କର୍ମଚାରୀ ଆହତ ହୋଇଛନ୍ତି ।

Get real time updates directly on you device, subscribe now.