fbpx

Video : ଫର୍ଣ୍ଣାଣ୍ଡୋ ବିୟାହବିସେନସିଓଙ୍କୁ ଗୁଳି କରି ହତ୍ୟା : ନିର୍ବାଚନ ପ୍ରଚାର ବେଳେ ଘଟିଲା ଅଘଟଣ

କ୍ୱିଟୋ : ଗତକାଲି ସନ୍ଧ୍ୟା ବେଳେ କ୍ୱିଟୋରେ ନିର୍ବାଚନ ପ୍ରଚାର ରାଲି ଶେଷ ହେବା ପରେ ଘଟିଲା ଏକ ଅଘଟଣା । ପ୍ରଚାର ରାଲି ସରିବା ବେଳେ ଉକ୍ୱାଡରର ରାଷ୍ଟ୍ରପତି ପ୍ରାର୍ଥୀ ଫର୍ଣ୍ଣାଣ୍ଡୋ ବିୟାହବିସେନସିଓଙ୍କୁ ଗୁଳି ମାରି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଭିଲାଭିକେନ୍ସିଓଙ୍କ କ୍ୟାମ୍ପନିଂ ଦଳର ଏକ ସଦଶ୍ୟ କହିଛନ୍ତି ଯେ, ଫର୍ଣ୍ଣାଣ୍ଡୋ କାରରେ ବସିବାକୁ ଯିବା ବେଳେ ଜଣେ ବ୍ୟକ୍ତି ତାଙ୍କ ସାମ୍ନାକୁ ଆସି ମୁଣ୍ଡରେ ଗୁଳି ଚଳାଇଲା ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦର୍ଶାଯାଇଛି ଯେ ଭିଲାଭିକେନ୍ସିଓ ସୁରକ୍ଷା କର୍ମୀ ମାନେ ଘେରୀ ହୋଇଥିବା ତାଙ୍କ କାର ଆଡକୁ ଯାଉଥିଲେ । ସେ କାରରେ ବସିବା ପରେ ଗୁଳି ଚାଲିବାର ଏକ ଶବ୍ଦ ଆସିଥିଲା । ସେହି ଗୁଳିଟି ଫର୍ଣ୍ଣାଣ୍ଡୋ କାରରେ ବସିବା ପରେ ଜଣେ ବ୍ୟକ୍ତି ତାଙ୍କ ସାମ୍ନାକୁ ଆସି ମୁଣ୍ଡକୁ ଗୁଳି ଚଳାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ବିୟାହ୍‌ବିସେନ୍‌ସିଓଙ୍କ ମୃତ୍ୟୁ ଖବରକୁ ସୁନିଶ୍ଚିତ କରି ଏକ୍ବାଡର୍‌ର ରାଷ୍ଟ୍ରପତି ଗିଏଲ୍‌ର୍ମୋ ଲାସୋ ଟୁଇଟର୍‌ରେ ଜାରି କରିଥିବା ବିବୃତିରେ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଏ ଅପରାଧ ପାଇଁ ନିଶ୍ଚିତ ଦଣ୍ଡବିଧାନ କରାଯିବ । ସେ ଅଗଷ୍ଟ ୨୦ ତାରିଖ ଦିନ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ୮ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୫୯ ବର୍ଷିୟ ବିୟାହବିସେନସିଓ ଅନ୍ୟତମ ।

Get real time updates directly on you device, subscribe now.