fbpx
BSKY SKY
BSKY SKY

IPS ଅଧିକାରୀଙ୍କୁ ଚାପୁଡ଼ା ମାରିଲେ ମହିଳା: ମଦ ନିଶାରେ ଅସଦାଚରଣ ଅଭିଯୋଗ

BSKY

ନୂଆଦିଲ୍ଲୀ: ଜଣେ ସର୍ବଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀଙ୍କୁ ଜଣେ ମହିଳା ଚାପୁଡ଼ା ମାରିଛନ୍ତ । ନାଇଟ୍ କ୍ଲବରେ ଆଇପିଏସ ଅଧିକାରୀ ଜଣେ ମହିଳାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ପୋଲିସ ପକ୍ଷରୁ ଆଭ୍ୟନ୍ତରୀଣ ଯାଞ୍ଚ ଆରମ୍ଭ ହୋଇଯାଇଛି । ଏକ ନାଇଟ୍ କ୍ଲବରେ ବିଳମ୍ବିତ ରାତ୍ରିରେ ଏହି ଅଘଟଣ ଘଟିଥିଲା । ତେବେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ।

ଖବର ମୁତାବକ, ଗୋଆର ଡିଆଇଜି ଆଇପିଏସ ଅଧିକାରୀ ଡକ୍ଟର ଏ. କୋଆନ ପବରେ ଜଣେ ମହିଳାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାର ଏକ ସିସିଟିଭି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ସେଥିରେ ଡିଆଇଜି ଜଣେ ମହିଳାଙ୍କ ସହିତ ଅଭଦ୍ରାମୀ କରୁଥିବା ଦେଖାଯାଉଛି । ଗୋଆର ବାଗା-କାଲେଙ୍ଗୁଟେ ବିଚ ସ୍ଥିତ ଏକ ନାଇଟ୍ କ୍ଲବରେ ଏହି ଅଘଟଣ ଘଟିଥିଲା । ତେବେ ଅଧିକାରୀ ଜଣଙ୍କ ପ୍ରଚୁର ମଦ୍ୟପାନ କରିଥିବା ବେଳେ ସେ ଏପରି ହରକତ କରିଥିବା କୁହାଯାଉଛି ।

ତେବେ ମହିଳାଙ୍କ ସହ ଅଭଦ୍ରାମୀ କରିବା ପରେ ମହିଳା ଜଣଙ୍କ ଡିଆଇଜିଙ୍କୁ ଏକ ଚାପୁଡ଼ା ମାରିଥିଲେ । ଏହାପରେ କ୍ଲବରେ ହଙ୍ଗାମା ସୃଷ୍ଟି ହୋଇଥିଲା । ଆଇପିଏସ ଅଧିକାରୀ ଜଣଙ୍କ ମେଡିକାଲ ଲିଭରେ ଥିବା ଜଣାପଡ଼ିଛି । ମାତ୍ର ସେ କ୍ଲବରେ କ’ଣ କରୁଥିଲେ ବୋଲି ଏବେ ପ୍ରଶ୍ନ ଉଠିଛି । ଉକ୍ତ କ୍ଲବ ଗୋଆର ଜଣେ ବଡ଼ ରାଜନେତାଙ୍କର ବୋଲି କୁଆଯାଉଛି । ଏହି ଖବର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚିଥିଲା । ବର୍ତ୍ତମାନ ବିଧାନସଭା ଅଧିବେଶନ ଚାଲୁଥିବା ବେଳେ ଏହି ମାମଲା ଗୃହରେ ଉଠିଥିଲା । ତେବେ ଅଧିକାରୀ ଦୁର୍ବ୍ୟବହାର ପରେ ମହିଳା ନିଜର ବନ୍ଧୁଙ୍କ ସହିତ ମିଶି ଅଧିକାରୀଙ୍କ ସହ ମାରପିଟ କରିଥିବା କୁହାଯାଉଛି । ଅଧିକାରୀ ଜଣଙ୍କ ପୂର୍ବରୁ ଦିଲ୍ଲୀ ପୋଲିସରେ ଡିସିପି ପଦରେ ମଧ୍ୟ ରହିଥିଲେ ।

Get real time updates directly on you device, subscribe now.