fbpx

Video: ପାସେଞ୍ଜର ଟ୍ରେନ୍ ଇଞ୍ଜିନରେ ଲାଗିଲା ନିଆଁ, ଯାତ୍ରୀ ସୁରକ୍ଷିତ

ବ୍ରଜରାଜନଗର: ଟ୍ରେନ୍ ଇଞ୍ଜିନରେ ଲାଗିଲା ନିଆଁ । ଗୁନ୍ଦିଆ-ଝାରସୁଗୁଡ଼ାରେ ପାସେଞ୍ଜର ଟ୍ରେନ୍ ରେ ନିଆଁ ଲାଗିଥିବା ଖବର ଆସିଛି । ବ୍ରଜରାଜନଗର ଷ୍ଟେସନରେ ଛିଡ଼ା ହୋଇଥିବା ସମୟରେ ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ନିଆଁକୁ ଲିଭାଇବାକୁ ଅଗ୍ନଶମ ବାହିନୀ ପ୍ରୟାସ ଜାରି ରଖିଛି । ତେବେ ଟ୍ରେନ୍ ଚାଳକ ସୁରକ୍ଷିତ ଥିବା ସୂଚନା ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ରେଳ ବିଭାଗର ବରିଷ୍ଟ ଅଧିକାରୀ ଉପସ୍ଥିତ ରହିଛନ୍ତି । ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

Get real time updates directly on you device, subscribe now.