ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଭୟାବହ ଅଗ୍ନିକାଣ୍ଡ । ଆଇଗିଣିଆରେ ଲାଇଟ ସାଉଣ୍ଡ୍ ଦୋକାନରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳୁଥିବା ବେଳେ ଧୂଆଁଁ ବାହାରୁଥିବା ମଧ୍ୟ ଦେଖାଯାଇଛି ।
ତେବେ ଅଗ୍ନିକାଣ୍ଡ କିପରି ହେଲା ତାହା ବର୍ତ୍ତମାନ ସୁଦ୍ଧା ମଧ୍ୟ ଅସ୍ପଷ୍ଟ ରହିଛି । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ । ନିଆଁ ଆୟତ୍ତ ପାଇଁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ଜାରି ରଖିଛନ୍ତି ।
ଦୋକାନରେ କାମ କରୁଥିବା କର୍ମଚାରୀଙ୍କ କହିବା ଅନୁସାରେ, ହଠାତ୍ ଦୋକାନ ଭିତରୁ ଏକ ସାଉଣ୍ଡ ଶୁଭାଯାଇଥିଲା । ତେବେ ସ୍ଥାନୀୟ ଲୋକେ ଏଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ତେବେ ଚାହୁଁଚାହୁଁ ହଠାତ୍ ନିଆଁଁ ଲାଗିଯାଇଥିଲା । ଲାଇଟ ଆଣ୍ଡ ସାଉଣ୍ଡ ଦୋକାନ ହେଉଥିବା କାରଣରୁ ନିଆଁଁ ବଢିଯାଇଥିଲା । ଅଢେଇ ଘଣ୍ଟା ଧରି ନିଆଁ ଲାଗିଯାଇଥିବା ଯୋଗୁଁ ନିଆଁକୁ ଆୟତ୍ତ କରିବା ପାଇଁ ମଧ୍ୟ ସମୟ ଲାଗୁଥିବା ଜଣାପଡିଛି ।