fbpx

ଜଳିଗଲା ବୁର୍ଲାର ନିଶିଗନ୍ଧା ହଲ୍

ସମ୍ବଲପୁର,(ଓଡ଼ିଶା ଭାସ୍କର): ସମ୍ବଲପୁର ବୁର୍ଲା ଆନନ୍ଦବିହାରରେ ଘଟିଛି ଅଘଟଣ । ଆନନ୍ଦ ବିହାରରେ ଥିବା ଷ୍ଟାଫ୍ କ୍ୱାର୍ଟର କଲୋନୀରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ମିଳିଥିବା ସୂଚନା ମୁତାବକ, କଲୋନୀର ନିଶିଗନ୍ଧା ହଲରେ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଆସି ନିଆଁକୁ ଆୟତ୍ତ କରିଛି । ହଲରେ ଥିବା ଆସବାପତ୍ର ପୋଡି ନଷ୍ଟ ହୋଇଯାଇଛି । କିନ୍ତୁ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

Get real time updates directly on you device, subscribe now.