fbpx

ଅଗ୍ନିକାଣ୍ଡ: ଜଳିଗଲା ୪ ବସ୍ ଓ ୧ ସ୍କର୍ପିଓ

ଭଦ୍ରକ, ୧୦ା୨ (ଓଡିଶା ଭାସ୍କର): ଭଦ୍ରକରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୪ଟି ବସ୍ ଓ ଗୋଟିଏ ସ୍କର୍ପିଓ ଜଳିଯାଇଛି । ଟାଉନ ଥାନା ଡାହାଣୀଗଡ଼ିଆ ସ୍ଥିତ ହରିଶଙ୍କର ଗ୍ୟାରେଜରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ଏଭଳି ଭୟାବହ ଅଗ୍ନିକାଣ୍ଡରେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶବ ବାହିନୀକୁ ୩ ଘଣ୍ଟା ପରିଶ୍ରମ କରିବାକୁ ପଡ଼ିଥିଲା ।

Get real time updates directly on you device, subscribe now.