fbpx

ଏଣିକି ଅଗ୍ନିଶମ କର୍ମଚାରୀମାନେ ପାଇବେ ୟୁନିଫର୍ମ ଭତ୍ତା, କେତେ ଟଙ୍କା ଘୋଷଣା କଲେ ରାଜ୍ୟ ସରକାର

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଗ୍ନିଶମ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା । ଏଣିକି ଅଗ୍ନିଶମ କର୍ମଚାରୀମାନଙ୍କୁ ୟୁନିଫର୍ମ ଭତ୍ତା ପ୍ରଦାନ କରିବେ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଡ୍ରାଇଭର ହାବିଲଦାର, ଆସିଷ୍ଟାଣ୍ଟ ଫାୟାର, ଫାୟାରମ୍ୟାନମାନେ ଏଣିକି ଭତ୍ତା ପାଇବେ ।

ଆସନ୍ତା ଜୁଲାଇ ମାସ ପହିଲା ସୁଦ୍ଧା ଯେଉଁ କର୍ମଚାରୀଙ୍କର ଚାକିରି ଅବଧି ୬ ମାସରୁ କମ୍ ହୋଇଥିବ, ସେମାନେ ଏହି ଭତ୍ତା ପାଇବାକୁ ଯୋଗ୍ୟ ହେବେ ନାହିଁ । ଜଣାପଡ଼ିଛି ଯେ, ଲିଡିଂ ଫାୟାରମ୍ୟାନ, ଡ୍ରାଇଭର, ହାବିଲଦାରଙ୍କୁ ୫୮୦୦ ଟଙ୍କା ଓ ଆସିଷ୍ଟାଣ୍ଟ ଫାୟାର ଅଫିସରଙ୍କ ଠାରୁ ଫାୟାରମ୍ୟାନ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ୫୭୦୦ ଟଙ୍କା ୟୁନିଫର୍ମ ଭତ୍ତା ମିଳିବ ।

ସୂଚନାଯୋଗ୍ୟ ଯେ, ବିଭିନ୍ନ ସମୟରେ ରାଜ୍ୟ ସରକାର ବିଭିନ୍ନ ବିଭାଗର କର୍ମଚାରୀଙ୍କ ପାଇଁ ଅନେକ ଲାଭଜନକ ଘୋଷଣା କରିଥାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବ, ଦଳିତ, ପଛୁଆବର୍ଗ, ଅସହାୟ, ମହିଳା, ବୃଦ୍ଧ, ଶିଶୁଙ୍କ ବିକାଶ ପାଇଁ ସର୍ବଦା ନୂଆ ନୂଆ ପଦକ୍ଷେପ ଗ୍ରହଣ କରିଥାନ୍ତି । ରାଜ୍ୟ ସରକାରଙ୍କ ଏହି ଅଭିନବ ଘୋଷଣା ଫଳରେ ରାଜ୍ୟର ଅନେକ ଫାୟାର କର୍ମଚାରୀ ବେନିଫିଟ୍ ପାଇବେ । ଏନେଇ କର୍ମଚାରୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Get real time updates directly on you device, subscribe now.