fbpx

ଜଳିଗଲା ବସ୍: ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ

ଭୁବନେଶ୍ୱର, ୯ା୨ (ଓଡିଶା ଭାସ୍କର): ଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍ ଜଳିଯିବା ଦ୍ୱାରା ୩୦ ଜଣ ଓଡ଼ିଆ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ବସଟି ଓଡ଼ିଆ ଶ୍ରମିକମାନଙ୍କୁ ନେଇ ବିଶାଖାପାଟଣା ଯାଉଥିବା ଜଣାପଡ଼ିଛି । ବିଶାଖାପାଟଣାର ପାଇକରାଓପେଟା ନିକଟରେ ୫ ନମ୍ବର ଜାତୀୟ ରାଜପଥରେ ବସଟିରେ ନିଆଁ ଲାଗିଥିଲା । ତେବେ ସର୍ଟସର୍କିଟ୍ ଯୋଗୁଁ ବସରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଏହି ଘଟଣାରେ ବସରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ବସରେ ଡ୍ରାଇଭର ଓ ହେଲପରଙ୍କ ସମେତ ମୋଟ ୩୨ ଜଣ ଯାତ୍ରୀ ଥିଲେ ।

Get real time updates directly on you device, subscribe now.