Breaking: ଏସି ସର୍ଟ ସର୍କିଟରୁ MKCGରେ ଲାଗିଲା ନିଆଁ, ଧୂଆଁମୟ ପୁରା ହସ୍ପିଟାଲ

MKCG ପୁରୁଣା ମେଡିସିନ ବିଲ୍ଡିଂରେ ନିଆଁ । ଏସି ସର୍ଟ ସ୍କିଟରୁ ଲାଗିଲା ନିଆଁ ।

ଭୁବନେଶ୍ବର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲରେ ଅଗ୍ନିକାଣ୍ଡ । MKCG ପୁରୁଣା ମେଡିସିନ ବିଲ୍ଡିଂରେ ନିଆଁ ଲାଗିଥିବା ଜଣାପଡିଛି । ଏସି ସଟ ସର୍କିଟରୁ ନିଆଁ ଲାଗିଯାଇଥିବା ବେଳେ ସୁରକ୍ଷାକର୍ମୀମାନେ ନିଆଁକୁ ଆୟତ୍ତ କରିଛତନ୍ତି ।

ତେବେ ପୁରୁଣା ମେଡିସିନ ବିଲ୍ଡିଂରେ କେହି ନଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି । ଯଦି କହିବା ଏକ ବଡ ଦୁର୍ଘଟଣା ଟଳିଯାଇଛି । କେହି ନଥିବାକୁ କୌଣସି ବ୍ୟକ୍ତିର କ୍ଷତି ହୋଇନଥିବା ଜଣାପଡିଛି ।

ସୂଚନା ଅନୁସାରେ, ଆଜି ସନ୍ଧ୍ୟା ସମୟରେ ହଠାତ୍ ଏକ ଶବ୍ଦ ହୋଇଥିଲା । ସେଠାରେ କାର୍ଯ୍ୟରତ ସୁରକ୍ଷାକର୍ମୀମାନେ କଣ ହେଲା ଭାବି ଦେଖିବାକୁ ଯାଇଥିବା ବେଳେ ସେଠାରେ ଧୂଆଁ ବାହାରୁଥିବା ଦେଖିଥିଲେ । ଏସି ସର୍ଟସର୍କିଟ ଯୋଗୁଁ ଶବ୍ଦ ହୋଇଥିବା ବେଳେ ବିଲ୍ଡିଂରେ ନିଆଁ ଲାଗିଯାଇଥିଲା ।

ତେବେ ହସ୍ପିଟାଲରେ ନିଆଁ ଲିଭାଇବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ସୁରକ୍ଷାକର୍ମୀମାନେ ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ କୌଣସି ବଡ କ୍ଷତି ହୋଇନାହିଁ ।