fbpx

ମାଲଗାଡି ଟ୍ରେନ ଇଞ୍ଜିନରେ ଅଗ୍ନିକାଣ୍ଡ

କେନ୍ଦୁଝର,୧୧ ।୩(ଓଡିଶା ଭାସ୍କର): କେନ୍ଦୁଝର ଅନ୍ତର୍ଗତ ବଡବିଲ ରେଳ ଷ୍ଟେସନରେ ଏକ ମାଲଗାଡି ଟ୍ରେନ ଇଞ୍ଜିନରେ ଅଗ୍ନିକାଣ୍ଡ । ବଲାଣି ସାଇଡିଙ୍ଗ ଅଭିମୁଖେ ଯାଉଥିବା ବେଳେ ଇଞ୍ଜିନରେ ଲାଗିଯାଇଥିଲା ନିଆଁ । ୪୦ ମିନିଟ ପରେ ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ କରାଯାଇଛି । ଇଞ୍ଜିନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ ସର୍ଟସର୍କିଟରୁ ଇଞ୍ଜିନରେ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.