fbpx

କଟକ ଜିଲ୍ଲା ନିବନ୍ଧନ କାର୍ଯ୍ୟାଳୟ ପାଖରେ ଅଗ୍ନିକାଣ୍ଡ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

କଟକ: ଚାନ୍ଦିନୀ ଚୌକରେ ଥିବା ସବରେଜିଷ୍ଟ୍ରାଟ ଅଫିସ ପାଖରେ ଅଗ୍ନିକାଣ୍ଡର ଦୃଶ୍ୟ ସାମ୍ନାକୁ ଆସିଛି । ଏକ ବ୍ୟବସାୟ ପ୍ରତିଷ୍ଠାନରେ ନିଆଁ ଲାଗିଥିବା କଥା ସୂଚନା ମିଳିଛି । ଘଟଣାସ୍ଥଳରେ ଦମକଳ ପହଁଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଚଳାଇଛି ।

ସୂଚନା ମୁତାବକ, ଆଜି କଟକ ସହରରେ ଥିବା ସବରେଜିଷ୍ଟ୍ରାଟ ଅଫିସ ନିକଟରେ ଥିବା ଏକ ବ୍ୟବସାୟ ପ୍ରତିଷ୍ଠାନରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲିଭାଇବା ପାଇଁ ୨ଟି ଦମକଳ ବାହିନୀ ପହଁଚିଛନ୍ତି । ନିଆଁ ଲାଗିବା ଫଳରେ ୨ଜଣ ଆହତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ଏବଂ ତାଙ୍କୁ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ନିଆଁ ଲାଗିବାର କାରଣ ପାଇଁ ତଦନ୍ତ ଜାରି ରହିଛି । ନିଆଁକୁ ବର୍ତ୍ତମାନ ପର୍ଯ୍ୟନ୍ତ ଆୟତ୍ତ କରାଯାଇ ନାହିଁ କିନ୍ତୁ କିଛି ସମୟ ପରେ ଆୟତ୍ତ କରାଯିବ ବୋଲି ଦମକଳ ବାହିନୀର ଚିଫ୍ ସୂଚନା ଦେଇଛନ୍ତି । ସବରେଜିଷ୍ଟ୍ରାଟ ଅଫିସ ନିକଟରେ ଥିବା ଅନ୍ୟାନ୍ୟ ଅଫିସ ବ୍ୟାଙ୍କ ଏବଂ ସ୍କୁଲରେ ନିଆଁ ଲାଗିବା କଥା ଅସ୍ପଷ୍ଟ ରହିଛି ।

Get real time updates directly on you device, subscribe now.