fbpx

କୋଭିଡ଼ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ

କଟକ, ୨୧ା୯(ଓଡ଼ିଶା ଭାସ୍କର): କଟକ ଜଗତପୁରର ସଦଗୁରୁ କୋଭିଡ଼ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ହସ୍ପିଟାଲର ଆଇସିୟୁରେ ନିଆଁ ଲାଗିଛି । ନିଆଁକୁ ଆୟତ କରିବାରେ ପ୍ରୟାସ ଜାରି ରଖିଛି ଦମକଳ ବାହିନୀ । କିନ୍ତୁ କିପରି ଓ କାହିଁକି ନିଆଁ ଲାଗିଛି ସେନେଇ କୌଣସି ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଅନ୍ୟପଟେ ସର୍ଟସର୍କିିଟିରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ ସ୍ଥାନାନ୍ତର କରାଯାଉଛି । ଏହାସହ ଘଟଣା ସ୍ଥଳରେ ପୋଲିସ କମିସନର, ସିଏମସି କମିଶନର ଓ ଜିଲ୍ଲାପାଳ ଉପସ୍ଥିତ ରହିଛନ୍ତି ।

 

 

Get real time updates directly on you device, subscribe now.