fbpx

ଖୋର୍ଦ୍ଧା ବେଗୁନିଆରେ ଫୁଟିଲା ଗୁଳି, ଜଣେ ଗୁରୁତର

ଖୋର୍ଦ୍ଧା(ଓଡ଼ିଶା ଭାସ୍କର): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ନୂଆସାହିରେ ହୋଇଛି ଗୁଳିକାଣ୍ଡ । ଗୁଳିକାଣ୍ଡରେ ଗୁରୁତର ଆହତ ହୋଇଥିବା ଯୁବକଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଯୁବକଙ୍କ ପେଟରେ ଗୁଳି ବାଜିଥିବା ଜଣାପଡିଛି । କିନ୍ତୁ ଏହି ଗୁଳିକାଣ୍ଡ ପଛର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଗୁରୁତର ଆହତ ହୋଇଥିବା ଯୁବକ ଜଣକ ନୟାଗଡ଼ ଓଡ଼ଗାଁର ସନ୍ତୋଷ ଜେନା ବୋଲି ଜଣାପଡିଛି । ଅନ୍ୟପଟେ ଗୁଳିମାଡ଼ କରିଥିବା ପ୍ରସନ୍ନ ନାୟକ ଏବେ ଫେରାର ଥିବା ସୂଚନା ମିଳିଛି ।

Get real time updates directly on you device, subscribe now.