fbpx

ବିଜେପି ପ୍ରାର୍ଥୀ ରାମକୃପାଳ ଯାଦବଙ୍କ ଉପରେ ଫାୟାରିଂ, ପାଟଲିପୁତ୍ର ଲୋକସଭା ଆସନରୁ କରୁଥିଲେ ପ୍ରତିଦ୍ୱନ୍ଦିତା

ପାଟନା: ଶନିବାର ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଯାଇଛି । ଅନେକ ସ୍ଥାନରେ ମତଦାନ କେନ୍ଦ୍ରରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ତେବେ ପାଟନାର ପାଟଲିପୁତ୍ର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ରାମକୃପାଳ ଯାଦବଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । କେହି ଜଣେ ଅଜ୍ଞାତ ତାଙ୍କ ଉପରେ ଗୁଳି ଚଳାଇବା ପାଇଁ ପ୍ରୟାସ କରିଥିଲେ କିନ୍ତୁ ସେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ସୂଚନାରୁ ପ୍ରକାଶ ମସୌଢ଼ି ସହରରୁ ଫେରିବା ସମୟରେ କୌଣସି ଅଜ୍ଞାତ ତାଙ୍କ ଉପରେ ଗୁଳି ଚାଳନା କରିଥିଲେ । ସୌଭାଗ୍ୟ ବଶତଃ ଏହି ଆକ୍ରମଣରୁ ବର୍ତ୍ତି ଯାଇଥିଲେ ରାମକୃପାଳ । ଅପରପକ୍ଷରେ ଏହି ଘଟଣାରେ ତାଙ୍କର ଜଣେ ସମର୍ଥକଙ୍କୁ ଗୁଳି ବାଜିଥିବାରୁ ସେ ଆହତ ହୋଇଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଫାୟାରିଂର ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି । ତେବେ ଏହି ଫାୟାରିଂ ପଛରେ କାହାର ହାତ ରହିଛି, ଏହା ପଛରେ ରାଜନୈତିକ ଉଦେ୍ଦଶ୍ୟ ନା ବ୍ୟକ୍ତିଗତ ଶତ୍ରୁତା ରହିଛି ସେ ନେଇ କୌଣସି ସୂଚନା ମିଳପାରି ନାହିଁ ।

Get real time updates directly on you device, subscribe now.