ଭୁବନେଶ୍ୱର: ବେକାବୁ ହେଲାଣି ଅପରାଧ। ରାଜଧାନୀ ଭୁବନେଶ୍ୱରରେ ବଢ଼ି ବଢ଼ି ଚାଲିଛି ଅପରାଧ। ସର୍ବସମ୍ମୁଖରେ କରାଯାଉଛି ଆକ୍ରମଣ। ଠିକ୍ ସେହିପରି ପୁଣିଥରେ ରାଜଧାନୀ ଭୁବନେଶ୍ୱରରେ ଫୁଟିଛି ଗୁଳି।
ଭୁବନେଶ୍ୱରର ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଫୁଟିଲା ଗୁଳି। ପିତାପଲ୍ଲିରେ ବିଳମ୍ୱିତ ରାତିରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିବା ଜଣାପଡିଛି। ତେବେ ଗୁଳିକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିବା ବେଳେ, ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା କୁହାଯାଉଛି।
ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଆକ୍ରମଣ କରିଥିବା ଅଭିଯୁକ୍ତ ଜଣକ ପାଣିଓଳା ଅଞ୍ଚଳର ଦୀପୁ ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ଇନଫୋଭ୍ୟାଲି ଥାନା ପୋଲିସ ପହଞ୍ଚି ତଦନ୍ତ ଚଲାଇଛି। ହେଲେ ଅଭିଯୁକ୍ତକୁ ଗିରଫ କରାଯାଇନଥିବା ସୂଚନା ମିଳିଛି।