fbpx

ପତ୍ନୀ ଓ ପୁତ୍ରଙ୍କୁ କଲେ ଗୁଳି: ଭିଡିଓରେ ସୁଇସାଇଡ୍ କଲେ ଯୁବକ

ଅମୃତସର, ୨ା୨: ପଞ୍ଜାବରେ ଏକ ଭୟଙ୍କର ହତ୍ୟା ଘଟଣା ଘଟିଯାଇଛି । ଅମୃତସରର ଗୁରୁ ତେଗ ବାହାଦୁର ନଗରରେ ଜଣେ ଯୁବକ ନିଜ ପତ୍ନୀ ଓ ୪ ବର୍ଷର ପୁତ୍ରଙ୍କୁ ଗୁଳି କରି ହତ୍ୟା କରିବା ସହ ନିଜେ ଭିଡିଓ ମାଧ୍ୟମରେ ସୁଇସାଇଡ୍ କରିଛନ୍ତି । ତେବେ ଏହି ଘଟଣା ଘଟାଇଥିବା ଯୁବକଙ୍କ ନାମ ବିକ୍ରମଜିତ ବୋଲି ଚିହ୍ନଟ କରାଯାଇଛି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡ଼ିଛି । ତେବେ ବିକ୍ରମଜିତ ଫାଇନାନ୍ସ ସେକ୍ଟରରେ କାମ କରିବା ସହ କିଛି ଲୋକଙ୍କ ଠାରୁ ପଇସା ଧାର କରିଥିଲେ । ପ୍ରଥମେ ସେ ପତ୍ନୀ ଓ ପୁତ୍ରଙ୍କୁ ଗୁଳି କରିଥିଲେ ଓ ପରେ ନିଜକୁ ଗୁଳି କରି ହତ୍ୟା କରିଥିଲେ । ସେ ନିଜର ପତ୍ନୀ ଓ ପୁତ୍ରଙ୍କୁ ହତ୍ୟା ପାଇଁ ବ୍ୟବହାର କରିଥିବା ବନ୍ଧୁକଟି ନିଜର ଜଣେ ସାଙ୍ଗଠାରୁ ଆଣିଥିବା ଭିଡିଓ ମାଧ୍ୟମରେ ପ୍ରକାଶ କରିଥିଲେ । ତେବେ ଏନେଇ ପୋଲିସ ଏକ ସୁଇସାଇଟ୍ ନୋଟ୍ ଜବତ କରିଛି । ସୁଇସାଇଡ୍ ନୋଟରେ ମୃତ୍ୟୁ ପାଇଁ ଅନ୍ୟ କେହି ଦାୟୀ ନୁହନ୍ତି ବୋଲି ଲେଖାଯାଇଥିବା ପୋଲିସ ପକ୍ଷରୁ ପ୍ରକାଶ ।

Get real time updates directly on you device, subscribe now.