fbpx

Agnibaan Rocket: ଶ୍ରୀହରୀକୋଟାରୁ ଲଞ୍ଚ ହେବ ବିଶ୍ୱର ପ୍ରଥମ 3D ରକେଟ୍

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳ ଲଞ୍ଚିଂ ପରେ ଭାରତ ପୁଣି ଥରେ ମହାକାଶ କ୍ଷେତ୍ରରେ ସୁନାମ ଆଣିବାକୁ ଯାଉଛି । ଚେନ୍ନାଇର ଘରୋଇ ସ୍ପେସ କମ୍ପାନୀ ଅଗ୍ନିକୁଲ କସମୋସର ରକେଟ ଅଗ୍ନିବାଣ ସବଅର୍ବିଟାଲ ଟେକ୍ନୋଲୋଜିକାଲ ଡେମନଷ୍ଟ୍ରେଟର ଆନ୍ଧ୍ରପ୍ରଦେଶର ଶ୍ରୀହରୀକୋଟରରୁ ଲଞ୍ଚ ପାଇଁ ପ୍ରସ୍ତୁତ ହୋଇସାରିଛି । ସତୀଶ ଧାବନ ସ୍ପେସ ସେଣ୍ଟରରୁ ଏହାର ଲଞ୍ଚିଂ କରାଯିବ ।

ଏହି ରକେଟକୁ ଇଣ୍ଟିଗ୍ରେଟ କରିବାର ପ୍ରକ୍ରିୟା ଅଗଷ୍ଟ ମାସ ୧୫ ତାରିଖରୁ ଆରମ୍ଭ କରାଯାଇଥିଲା । ଯଦି ଏହି ରକେଟ ସଫଳତାପୂର୍ବକ ଧରିତ୍ରୀର ଲେୟାର ଆର୍ଥ ଅର୍ବିଟରେ ପହଞ୍ଚିଯାଏ ତେବେ ଅଗ୍ନିକୁଲ ଘରୋଇ ରକେଟ ପଠାଇବା କ୍ଷେତ୍ରରେ ଦେଶର ଦ୍ୱିତୀୟ କମ୍ପାନୀ ହେବ । ଏହା ପୂର୍ବରୁ ସ୍କାଇରୁଟ ଏରୋସ୍ପେସ ନିଜର ରକେଟ ପଠାଇଥିଲା ।

ଅଗ୍ନିବାଣ ରକେଟ ଏକ ସିଙ୍ଗଲ ଷ୍ଟେଜର ରକେଟ ହୋଇଥିବା ବେଳେ ଏହାର ଇଞ୍ଜିନର ନାମ ଅଗ୍ନିଲେଟ ଇଞ୍ଜିନ । ଏହି ଇଞ୍ଜିନ ସମ୍ପୂର୍ଣ୍ଣ ଭାବେ ଥ୍ରୀଡି ପ୍ରିଣ୍ଟେଡ ଅଟେ । ଏହା ୬ କିଲୋନ୍ୟୁଟନର କ୍ଷମତା ସୃଷ୍ଟି କରିପାରୁଥିବା ସେମି-କ୍ରାୟୋଜେନିକ ଇଞ୍ଜିନ ଅଟେ । ଏହି ରକେଟକୁ ପାରମ୍ପରିକ ଗାଇଡ ରେଲ ମାଧ୍ୟମରେ ଲଞ୍ଚ କରାଯିବ ନାହିଁ । ଏହା ଭର୍ଟିକାଲ ଲିଫ୍ଟ ଅଫ୍ କରିବ । ପ୍ରଥମେ ଏହା ସ୍ଥିରୀକୃତ ମାର୍ଗରେ ଯିବ, ରାସ୍ତାରେ ସେ ଧାର୍ଯ୍ୟ ମେନ୍ୟୁବରକ କରିବ । ଏହା ଏକ ସବଅର୍ବିଟଲ ମିଶନ ବୋଲି ଅଗ୍ନିକୁଲର ସହସଂସ୍ଥାପକ ଓ ସିଇଓ ଶ୍ରୀନାଥ ରବିଚନ୍ଦ୍ରନ କହିଛନ୍ତି । ଏହାର ଲଞ୍ଚ ପାଇଁ ଇସ୍ରୋ ପକ୍ଷରୁ ସହାୟତା କରାଯିବା ସହ ଶ୍ରୀହରୀକୋଟାରେ ଏକ ଛୋଟ ଲଞ୍ଚ ପ୍ୟାଡ ନିର୍ମାଣ କରାଯାଇଛି ।

Get real time updates directly on you device, subscribe now.