ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବ । ଭାରତରେ ପ୍ରଥମ ଆପଲ ଷ୍ଟୋର ଖୋଲିବାକୁ ଯାଇଛି । ବର୍ତ୍ତମାନ କମ୍ପାନୀ ପକ୍ଷରୁ ଏନେଇ ଅଫିସିଆଲ ଭାବେ କିଛି ଘୋଷଣା କରାଯାଇ ନାହିଁ । ତେବେ କମ୍ପାନୀ ଭାରତରେ ଦୁଇଟି ଷ୍ଟୋର ଖୋଲିବାକୁ ଯୋଜନା କରୁଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ସେଥିପାଇଁ ଅଲଗା ଅଲଗା ସ୍ଥାନ ପାଇଁ କମ୍ପାନୀ ହାୟରିଂ କରୁଛି । ତେବେ କମ୍ପାନୀ ନିଜର ଅଫଲାଇନ ଷ୍ଟୋର ଓପନ କରିବାର ସମ୍ଭାବନା ରହିଛି ।
ଦୀର୍ଘ ବର୍ଷ ଧରି ଆପଲ ଭାରତରେ ନିଜର ପ୍ରଡକ୍ଟସ ବିକ୍ରି କରୁଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଦେଶରେ ଅଫିସିଆଲ ଭାବେ କୌଣସି ଅଫଲାଇନ୍ ଷ୍ଟୋର ଉପଲବ୍ଧ ନାହିଁ । ଦେଶରେ ଯେଉଁ ସବୁ ଷ୍ଟୋରରେ ଆପଲର ପ୍ରଡକ୍ଟ ମିଳୁଛି ସେସବୁ ଷ୍ଟୋର ଆପଲ କମ୍ପାନୀର ନିଜର ନୁହେଁ । ମାତ୍ର ଏହି ଷ୍ଟୋରଗୁଡ଼ିକ ଅଥରାଇଜଡ ଅଟନ୍ତି । ତେବେ ଏହି ସମସ୍ୟା ଦୂର କରିବା ପାଇଁ କମ୍ପାନୀ ଖୁବଶୀଘ୍ର ଭାରତରେ ନିଜର ପ୍ରଥମ ଷ୍ଟୋର ଖୋଲିବାକୁ ଯାଉଛି ।
କମ୍ପାନୀ ୧୨ଟି ପଦ ଉପରେ ଅଲଗା ଅଲଗା ଲୋକେସନ ପାଇଁ ହାୟରିଂ କରୁଛି । ସେଥିମଧ୍ୟରେ ଟେକ୍ନିକାଲ ସ୍ପେଶାଲିଷ୍ଟ, ବିଜିନେସ ଏକ୍ସପର୍ଟ, ସିନିୟର ମ୍ୟାନେଜର, ଷ୍ଟୋର ଲିଡର ସହ ଅନ୍ୟ ପଦ ରହିଛି । ହାୟର ହେବା ପରେ କିଛି ପ୍ରାର୍ଥୀ ଲିଙ୍କଡ ଇନ୍ ତଥ୍ୟ ମଧ୍ୟ ଶେୟାର କରିଛନ୍ତି । ଏହି କାରଣରୁ କମ୍ପାନୀ ଅଫଲାଇନ ଷ୍ଟୋର ଖୋଲିବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି ।
ତେବେ ଭାରତରେ କମ୍ପାନୀର ପ୍ରଥମ ଷ୍ଟୋର ଖୋଲିବା ପରେ ଗ୍ରାହକଙ୍କୁ ଅନେକ ଫାଇଦା ମିଳିବ । ଲୋକଙ୍କୁ ଆପଲ ଷ୍ଟୋରରେ ଯେ କୌଣସି ରିସେଲରଠାରୁ ଅଧିକ ପ୍ରଡକ୍ଟ ପୋର୍ଟଫୋଲିଓ ମିଳିବ । ୟୁଜର୍ସଙ୍କୁ ଏକ୍ସକ୍ଲୁସିଭ ଅଫର, ଶାନଦାର ସେଲସ ସର୍ଭିସ ଆଦି ଅନେକ ବେନିଫିଟି୍ ମିଳିବ ।