fbpx

ଆଜି ମୋଦୀ ୩.୦ରେ ପ୍ରଥମ Budget: ଭାରତ ଅର୍ଥନୀତିକୁ ମିଳିବ ବୁଷ୍ଟର ଡୋଜ୍? ଜାଣନ୍ତୁ Time Table

ନୂଆଦିଲ୍ଲୀ: ଆଜି ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ ଉପସ୍ଥାପନ ହେବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ ପ୍ରଥମ ସାଧାରଣ ବଜେଟ । ତେବେ ଏହି ବଜେଟ ପୂର୍ବରୁ ସରକାରଙ୍କ ପାଇଁ ଅନେକ ଚାଲେଞ୍ଜ ରହିଛି । ତେବେ ମହଙ୍ଗା ବୃଦ୍ଧି ଏବଂ ରୋଜଗାର ସୁଯୋଗରେ ହ୍ରାସ ମୋଦୀ ସରକାର ପାଇଁ ସବୁଠୁ ବଡ଼ ୨ଟି ସମସ୍ୟା ହୋଇ ଠିଆ ହୋଇଛି । ସେହିପରି କୃଷକଙ୍କୁ ନେଇ ମଧ୍ୟ ଏହି ବଜେଟରେ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ । ତେଣୁ ଏହି ବଜେଟରେ ଅଥମନ୍ତ୍ରୀ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି ।

ଗୋଟିଏ ପଟେ ବିଶ୍ୱର ବିଭିନ୍ନ ଦେଶ ନିଜ ନିଜ ଭିତରେ ମହାଯୁଦ୍ଧ ଲଢିବାରେ ଲାଗିଛନ୍ତି । ଋଷ-ୟୁକ୍ରେନ ଯୁଦ୍ଧ ୨ ବର୍ଷ ପରେ ବି ଥମିବାର ନାଁ ଧରୁନି । ଯାହାର ପ୍ରଭାବ ବର୍ତ୍ତମାନ ସାରା ବିଶ୍ୱକୁ ଭୋଗିବା ପାଇଁ ପଡ଼ୁଛି । ବିଭିନ୍ନ ଦେଶରେ ଦରଦାମ୍ ବୃଦ୍ଧି ହେବା ସହିତରୋଜଗାର ନିଯୁକ୍ତି ସୁଯୋଗ ମଧ୍ୟ କମି କମି ଯାଉଛି । ତେଣୁ ଆଜିର ବଜେଟ ସମସ୍ତଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ ।

କେତେବେଳେ ଉପସ୍ଥପନା ହେବ ବଜେଟ୍?

ଆଜି (ଜୁଲାଇ ୨୩) ତାରିଖରେ ସକାଳ ୯ଟାରେ ବଜେଟ ପ୍ରସ୍ତୁତ କରିଥିବା ଟିମ୍ ସହ ଫଟୋ ସେଶନ୍ କରାଯିବ । ଏହାପରେ ରାଷ୍ଟ୍ରପତିଙ୍କ ଅନୁମତି ସହ ସକାଳ ୧୦ଟାରେ ଅର୍ଥମନ୍ତ୍ରୀ ଏବଂ ରାଜ୍ୟ ଅର୍ଥମନ୍ତ୍ରୀ ବଜେଟ ସହ ସଂସଦରେ ପହଞ୍ଚିବା ପରେ ଏଠାରେ ମଧ୍ୟ ଏକ ଫଟୋ ସେଶନ୍ କାର୍ଯ୍ୟକ୍ରମ ରହିଛି । ତେବେ ଏହାପରେ ୧୧ଟା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ ଏବଂ ବଜେଟ ଭାଷଣ ପ୍ରଦାନ କରିବେ ।

ବଜେଟ ଉପସ୍ଥାପନ ପରେ ମଧ୍ୟାହ୍ନ ୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିବେ । ଏହାପରେ ଅପରାହ୍ନ ୩ଟାରେ ନିଜ ଟିମ୍ ସହ ବଜେଟକୁ ନେଇ ଏକ ପ୍ରେସ କନଫରେନ୍ସ କରିବେ ଅର୍ଥମନ୍ତ୍ରୀ । ତେବେ ଲୋକସଭା ଏବଂ ରାଜ୍ୟସଭାରେ ସାଧାରଣ ବଜେଟକୁ ନେଇ ୨୦-୨୦ ଘଣ୍ଟା ଚର୍ଚ୍ଚା ହେବାର ସମ୍ଭାବନା ରହିଛି ।

ବଜେଟରେ କ’ଣ ହେବ ପରିବର୍ତ୍ତନ?

ଏହି ବଜେଟରେ ଅନେକ ବଡ଼ ଘୋଷଣା ହେବା ନେଇ ଆଶା କରାଯାଉଛି । ଭାରତର ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ କିଛି ନୂଆ ଯୋଜନା ଆଣିବା ସହିତ କିଛି ଯୋଜନାରେ ସାମାନ୍ୟ ପରିବର୍ତ୍ତନ କରିପାରନ୍ତି । ତେବେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା, ପିଏମ ଆବାସ ଯୋଜନା ଏବଂ ଟାକ୍ସ ସ୍ଲାବରେ ବଡ଼ ଘୋଷଣା ହେବା ନେଇ ଖୁବ ଚର୍ଚ୍ଚା ଲାଗି ରହିଛି । ଏହାବ୍ୟତୀତ ସାଧାରଣ ଜନତାଙ୍କୁ ପାଇଁ ମୋଦୀ ୩.୦ ସରକାର ତରଫରୁ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ନୂଆ ଯୋଜନା ମଧ୍ୟ ଭେଟି ଦିଆଯାଇପାରେ ।

Get real time updates directly on you device, subscribe now.