fbpx

ଅମରନାଥ ଯାତ୍ରାର ପ୍ରଥମ ଦିନ ୧୦ ହଜାର ଭକ୍ତ ବାବା ବର୍ଫାନୀଙ୍କୁ କଲେ ଦର୍ଶନ

Advertisement

ନୂଆଦିଲ୍ଲୀ: ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ପ୍ରତି ବର୍ଷ ହେଉଥିବା ପବିତ୍ର ଅମରନାଥ ଯାତ୍ରା ଶନିବାରଠାରୁ ଆରମ୍ଭ ହୋଇସାରିଛି । ଏହି ଯାତ୍ରାର ପ୍ରଥମ ଦିନ ପାଖାପାଖି ୧୦ ହଜାର ଭକ୍ତ ବାବା ବର୍ଫାନୀଙ୍କ ଦର୍ଶନ କରିଛନ୍ତି । ଜାମ୍ମୁରୁ ଶନିବାର ଦିନ ୨୦୦ ଗାଡିର ଦ୍ୱିତୀୟ ବ୍ୟାଚ୍ ପହଲଗାମ ଏବଂ ବାଲଟାଲ ପହଞ୍ଚି ସାରିଛି । ଏହି ଟ୍ରିପରେ ପାଖାପାଖି ୪ହଜାରରୁ ଅଧିକ ଯାତ୍ରୀ ଅଛନ୍ତି । ସମସ୍ତ ଶ୍ରଦ୍ଧାଳୁ ପ୍ରଶାସନର ବ୍ୟବସ୍ଥାରେ ଖୁସି ନଜର ଆସିଥିବା ବେଳେ ଭିଡ ପାଇଁ ସମସ୍ୟା ଦେଖାଦେଇଛି ।

ବାବା ବର୍ଫାନୀ ପର୍ଯ୍ୟନ୍ତ ଯାଉଥିବା ଦୁଇ ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦକ୍ଷିଣ କାଶ୍ମୀରର ହିମାଳୟର ପାହାଡରେ ୩ ହଜାର ୮୮୦ ମିଟରର ଉଚ୍ଚତାରେ ଅବସ୍ଥିତ ବାବାଙ୍କ ଗୁମ୍ଫା ମନ୍ଦିରର ୫୨ ଦିନର ଯାତ୍ରା ଦୁଇ ମାର୍ଗରେ ଯାତ୍ରା ହେବ । ଅମରନାଥ ଯାତ୍ରାରେ ସୁରକ୍ଷାର ଦାୟିତ୍ୱ ସିଆଏପିଏଫ ଏବଂ ଜାମ୍ମୁ କାଶ୍ମୀର ପୋଲିସକୁ ଦିଆଯାଇଛି । ଜାମ୍ମୁଠାରୁ କାଶ୍ମୀର ପୁଣି ଅନାତନାଗ ଗୁଫା ଏବଂ ଅନନ୍‌ତନାଗରୁ ବାଲଟାଲ ପର୍ଯ୍ୟନ୍ତ ସିକ୍ୟୁରିଟି ଫୋର୍ସଙ୍କୁ ମୁତୟନ କରାଯାଇଛି ।

Get real time updates directly on you device, subscribe now.