fbpx

ଡେକାନ୍ କୁଇନ୍ ର ୯୪ ତମ ଜନ୍ମଦିନରେ କଟାଗଲା କେକ୍, ନାଚି ଗାଇ ଖୁସି ମନାଇଲେ ରେଳ ପ୍ରେମୀ ଓ ଅଧିକାରୀ

Advertisement

ମୁମ୍ବାଇ:ଭାରତୀୟ ରେଲୱେର ପ୍ରଥମ ଡିଲକ୍ସ ଟ୍ରେନ୍ ଡେକାନ୍ କୁଇନ୍ ଗୁରୁବାର ଏହାର ୯୪ ତମ ଜନ୍ମଦିନ ପାଳନ କରିଛି । ଡେକାନ୍ କୁଇନ୍ର ୯୪ ତମ ଜନ୍ମଦିନ ବେଶ୍ ଉତ୍ସାହର ସହ ପାଳନ କରାଯାଇଛି । ଏହି ଅବସରରେ ଡେକାନ୍ କୁଇନ୍ କୁ ରଙ୍ଗ ବେରଙ୍ଗ ଫୁଲ ମାଳାରେ ସଜା ଯାଇଥିଲା ।

୧ ଜୁନ୍ ୧୯୩୦ରେ ଏହି ଟ୍ରେନ୍ ପଟରୀକୁ ଆସିଥିଲା । ଏହା ଗ୍ରେଟ୍ ଇଣ୍ଡିଆନ୍ ପେନିନସୁଲାର ରେଲୱେ ଇତିହାସରେ ଏକ ବଡ ଘଟଣା ଥିଲା । ପୁଣେ ଓ ମୁମ୍ବାଇ ମଧ୍ୟରେ ଯାତ୍ରା କରୁଥିବା ଏହି ଡିଲକ୍ସ ଟ୍ରେନ୍ ଗୁରୁବାର ଏହାର ଯାତ୍ରାର ୯୩ ବର୍ଷ ପୂରଣ କରିଛି । ଡେକାନ୍ କୁଇନ୍ ପୁଣେ ରେଲୱେ ଷ୍ଟେସନରୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ଯାତ୍ରା କରିବା ପୂର୍ବରୁ ରେଳ ପ୍ରେମୀ ଓ ଅଧିକାରୀମାନେ ବେଶ୍ ଉତ୍ସାହର ସହିତ ଦୁଇଟି ବିରାଟ କେକ୍ କାଟି ଟ୍ରେନର ଜନ୍ମଦିନ ପାଳନ କରିଛନ୍ତି । ଏହି ଜନ୍ମଦିନରେ ମହାରାଷ୍ଟ୍ର ସରକାରର ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ ମଧ୍ୟ ପୁଣେ ରେଲୱେ ଷ୍ଟେସନରେ ଉପସ୍ଥିତ ଥିଲେ ।

୯୩ ବର୍ଷର ନିଜ ଗୌରବଶାଳୀ ଇତିହାସରେ ଏହି ଟ୍ରେନ୍ କେବଳ ଦୁଇ ସହରକୁ ଯୋଡୁଥିବା ଏକ ପରିବହନ ସେବା ନ ଥିଲା ବରଂ ଯାତ୍ରୀଙ୍କ ଏକ ପିଢିକୁ ପରସ୍ପର ମଧ୍ୟରେ ବାନ୍ଧିବାରେ ସହାୟକ ହୋଇଥିଲା । ଡେକାନ୍ କୁଇନର ଜନ୍ମଦିନରେ ଟ୍ରେନକୁ ରଙ୍ଗ ବେରଙ୍ଗ ଫୁଲ ମାଳାରେ ସଜାଯିବା ସହିତ ଏହାର ପ୍ରବେଶ ଦ୍ୱାରରେ ଆକର୍ଷଣୀୟ ରଙ୍ଗୋଲିରେ ସଜା ଯାଇଥିଲା । ଏହା ସହିତ ସଙ୍ଗୀତ କାର୍ଯ୍ୟକ୍ରମର ବି ଆୟୋଜନ କରାଯାଇଥିଲା ।
ମଧ୍ୟ ରେଲୱେ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ଡେକାନ୍ କୁଇନ୍ ଦୁଇ ଗୁରୁତ୍ୱପୂର୍ଣ୍ଣ ସହର ପୁଣେ ଓ ମୁମ୍ବାଇକୁ ଯୋଡୁଥିବା ପ୍ରଥମ ଡିଲକ୍ସ ଟ୍ରେନ୍ ଥିଲା ଓ ଏହାର ନାମକରଣ ପୁଣେର ନାମ ଅନୁଯାୟୀ କରାଯାଇଛି । ଏହି ଟ୍ରେନ୍ ସ୍ଥାନୀୟ ଅଞ୍ଚଳରେ “ଦଖନ କି ରାନୀ’ ଭାବରେ ମଧ୍ୟ ପରିଚିତ ।

 

Get real time updates directly on you device, subscribe now.