fbpx

ମହାକାଶକୁ ଯିବେ ପ୍ରଥମ ଦିବ୍ୟାଙ୍ଗ: ପଢନ୍ତୁ ପୁରା ଖବର

ଲଣ୍ଡନ (ଓଡ଼ିଶା ଭାସ୍କର): ବିଶ୍ୱର ପ୍ରଥମ ଦିବ୍ୟାଙ୍ଗ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବାରୁ ବିରଳ ଉପଲବ୍ଧି ହାସଲ କରିବାକୁ ଯାଉଛି ୟୁରୋପିଆନ ସ୍ପେସ୍ ଏଜେନ୍ସି (ଇଏସଏ) । ଶୁକ୍ରବାର ଇଏସଏ ମୁଖ୍ୟ ଯୋଶେଫ୍ ଆଶବେକରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୧୦୦ରୁ ଅଧିକ ଦିବ୍ୟାଜ୍ଞ ମହାକାଶଚାରୀ ଏଥିପାଇଁ ଆବେଦନ କରିଛନ୍ତି । ଆଶବେକର କହିଛନ୍ତି ମହାକାଶ ସମସ୍ତଙ୍କ ପାଇଁ ଉପଲବ୍ଧ । ସେହି ଦୃଷ୍ଟିରୁ ପ୍ରଥମ ଥର ପାଇଁ ଦିବ୍ୟାଙ୍ଗ ମହାକାଶଚାରୀଙ୍କୁ ମହାକାଶ ପଠାଇବାର ଯୋଜନା କରିଛି ଇଏସଏ । ଇଏସଏ ପକ୍ଷରୁ ୨୨ ଜଣିଆ ମହାକାଶଚାରୀ ଦଳ ପାଇଁ ପ୍ରାୟ ୨୨ ହଜାର ବ୍ୟକ୍ତି ଆବେଦନ କରିଥିବା ଜଣାପଡିଛି ।

ସେହିପରି ପ୍ରଥମ ଥର ପାଇଁ ମହାକାଶକୁ ଯିବାକୁ ଥିବା ପାରା ଆଷ୍ଟ୍ରୋନଟଙ୍କ ପାଇଁ ୧୦୦ରୁ ଅଧିକ ବ୍ୟକ୍ତି ଆବେଦନ କରିଛନ୍ତି । ସେହିପରି ସମୁଦାୟ ୨୨ ହଜାର ଆବେଦନ ମଧ୍ୟରୁ ୮ ହଜାର ମହିଳା ରହିଥିବା ଜଣାପଡିଛି । ଏଲନ୍ ମସ୍କଙ୍କ ସ୍ପେସ୍ ଏକ୍ସ ଏବଂ ଜେଫ୍ ବେଜୋସ୍ଙ୍କ ବ୍ଲ୍ୟୁ ଅରିଜିନ୍ ପରି ଇଏସ୍ଏ ନିଜର କମର୍ସିଆଲ୍ ସାଟେଲାଇଟ୍ ଆରିଆନେ ଲଞ୍ଚ କରିବାକୁ ଯାଉଛି । ଏହି ମିଶନ ପାଇଁ ପ୍ରାୟ ୭ ବିଲିୟନ୍ ଡଲାର ଅର୍ଥରାଶି ମଞ୍ଜୁର କରାଯାଇଛି । ଏହି ମିଶନ୍ ପାଇଁ ଅନ୍ୟାନ୍ୟ ସାଟେଲାଇଟ୍ ଲଞ୍ଚର ବଜେଟ୍ରୁ ୪୦ ପ୍ରତିଶତ ଖର୍ଚ୍ଚ କାଟ କରାଯାଇଛି ।

Get real time updates directly on you device, subscribe now.