fbpx

ଦବଙ୍ଗ ଷ୍ଟାଇଲରେ ଗୁଳି ଫୁଟାଇ ବିବାହ ମଣ୍ଡପକୁ ଏଣ୍ଟ୍ରି କଲା କନ୍ୟା, ଭିଡିଓ ଭାଇରାଲ୍

Advertisement

ପ୍ରତାପଗଡ: ଏମିତି ବିବାହ ଆପଣ ବୋଧ ହୁଏ ଆଗରୁ କେବେ ଦେଖି ନଥିବେ । ବିବାହ ମଣ୍ଡପରେ ପାଦ ଦେବା ଆଗରୁ ଏକଦମ୍ ଫିଲ୍ମ ଷ୍ଟାଇଲ୍ ରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରେ ଗୁଳି ଫୁଟାଇଲା କନ୍ୟା । ଆଉ ତାପରେ ବରର ହାତ ଧରି ବିବାହ ମଣ୍ଡପ ଉପରକୁ ଚଢ଼ିଲା । ତେବେ ଏପରି ବାହାଘର ଅନୁଷ୍ଠିତ ହୋଇଛି ୟୁପିର ପ୍ରତାପଗଡ ଅଞ୍ଚଳରେ । ସେଠାରେ ଥିବା ଏକ ଗାଁରେ କୋଭିଡ୍ ସମୟରେ ଲକଡାଉନ୍ ଚାଲିଥିବା ବେଳେ ଏକ ବିବାହ ହେଉଥିଲା । ସେଥିରେ ଏପରି ଏକ ଦବଙ୍ଗ କନ୍ୟାକୁ ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି ।

ସୂଚନା ମୁତାବକ, ପ୍ରତାପଗଡ ଅଞ୍ଚଳରେ ଥିବା ଏକ ଗାଁରେ ରବିବାର ରାତି ପ୍ରାୟ ୧୧ଟା ସମୟରେ ବିବାହ ଅନୁଷ୍ଠିତ ହୋଇଥିଲା । ବର-କନ୍ୟାଙ୍କର ବରଡ ମାଳ ପାଇଁ ଏକ ଆକର୍ଷଣୀୟ ବିବାହ ମଣ୍ଡପ ସଜାହୋଇଥିଲା । ଏହି ସମୟରେ କନ୍ୟା ମଣ୍ଡପ ଠାରେ ଆସି ପହଞ୍ଚିଥିଲା । ଆଉ ମଣ୍ଡପ ଉପରକୁ ଉଠିବା ପୂର୍ବରୁ ତା ହାତରେ କେହି ଜଣେ ବନ୍ଧୁକଟିକୁ ଧରାଇ ଦେଇଥିଲେ । ଏହାପରେ ସେ ବନ୍ଧୁକକୁ ଉପରକୁ କରି ଏକ ଫାଙ୍କା ଗୁଳିଚାଳନା କରିଥିଲେ । ଏହାପରେ ବରର ହାତ ଧରି ବରଡ ମାଳ ପାଇଁ ମଣ୍ଡପକୁ ଯାଇଥିଲେ । ସେଠାରେ ଥିବା ଲୋକ ମାନେ ଖୁବ୍ ପାଟି କରି ସେହି ମୁହୁର୍ତ୍ତର ମଜା ନେଇଥିଲେ । ତେବେ ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Get real time updates directly on you device, subscribe now.