fbpx

H5N2 ବାର୍ଡ ଫ୍ଲୁ’ରେ ସଂକ୍ରମିତ ପ୍ରଥମ ମାନବ ମୃତ୍ୟୁ: ସ୍ପଷ୍ଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

Advertisement

ନୂଆଦିଲ୍ଲୀ: ଏଚ୫ଏନ୨ ବାର୍ଡ ଫ୍ଲୁ’ରେ ସଂକ୍ରମିତ ହେବା ପରେ ପ୍ରଥମ ମାନବ ମୃତ୍ୟୁ ହୋଇଛି । ମେକ୍ସିକୋର ଜଣେ ୫୯ ବର୍ଷୀୟ ବ୍ୟକ୍ତି ବାର୍ଡ ଫ୍ଲୁ’ରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଏ ବାବଦରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ସ୍ପଷ୍ଟ କରାଯାଇଛି । ମୃତକଙ୍କ ଠାରେ ଜ୍ୱର, ଶ୍ୱାସରୋଗ ଦେଖାଯିବା ସହ ସେ କିଛି ସପ୍ତାହ ହେବା ଅସୁସ୍ଥ ଥିଲେ । ଏହି ଭାଇରସ ଲୋକଙ୍କ ମଧ୍ୟରେ ବ୍ୟାପି ବିସ୍ଫୋରଣ ଘଟାଇବା ନେଇ କୌଣସି ପ୍ରମାଣ ମିଳିନାହିଁ ।

ସୂଚନାଯୋଗ୍ୟ ଯେ, ବିଭିନ୍ନ ପ୍ରକାରର ଆଭିଆନ ବା ବାର୍ଡ ଫ୍ଲୁ ଷ୍ଟ୍ରେନ ରହିଥାଏ । ପକ୍ଷୀ ସମେତ କିଛି ବନ୍ୟପ୍ରାଣୀ ଯେପରିକି ସିଲ, ବଣୁଆ କୁକୁର ଓ ଠେକୁଆଙ୍କୁ ମଧ୍ୟ ଏହି ଭାଇରସ୍ ଆକ୍ରମଣ କରିପାରେ । ଅନେକ ସମୟରେ ଏହା ମଣିଷଙ୍କୁ ସଂକ୍ରମିତ କରିଥାଏ, ମାତ୍ର ରୋଗୀମାନେ ଏଥିରେ ସୁସ୍ଥ ହୋଇଥାନ୍ତି । ଆମେରିକାରେ ଗତ କିଛି ସପ୍ତାହ ଧରି ଏଚ୫ଏନ୧ ବାର୍ଡ ଫ୍ଲୁ ଗାଈମାନଙ୍କ ଠାରେ ବ୍ୟାପିବାରେ ଲାଗିଛି । ମଣିଷଙ୍କ କ୍ଷେତ୍ରରେ ବ୍ୟାପିବା ନେଇ କିଛି ରିପୋର୍ଟ ଆସିଛି । ଏଚ୫ଏନ୧ର କୌଣସି ମାମଲା ଗୋ-ଫାର୍ମରେ ନ ମିଳିବା ପରେ ବ୍ରିଟେନ ନିଜକୁ ବାର୍ଡ-ଫ୍ଲୁ ମୁକ୍ତ ଘୋଷଣା କରିଥିଲା ।

ସୂଚନାଯୋଗ୍ୟ ଯେ, ଗତ ମାସରେ ପ୍ରଥମ ଥର ମଣିଷ ଶରୀରରୁ ଏଚ୫ଏନ୧ ବାର୍ଡ ଫ୍ଲୁ ଭୂତାଣୁ ମଣିଷ ଦେହରୁ ଚିହ୍ନଟ ହୋଇଥିଲା । ଅଷ୍ଟ୍ରେଲିଆରେ ପ୍ରଥମ ଥର ମଣିଷ ଦେହରୁ ବାର୍ଡ ଫ୍ଲୁ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । ଗୋଟିଏ ଶିଶୁ ଭାରତରୁ ଅଷ୍ଟ୍ରେଲିଆ ଯାଇଥିବା ବେଳେ ସେଠାରେ ତା’ ଦେହରୁ ଏଚ୫ଏନ୧ ଭୂତାଣୁ ଚିହ୍ନଟ ହୋଇଥିଲା । ଗତ ମାର୍ଚ୍ଚ ମାସରେ ଶିଶୁଟି ଅସୁସ୍ଥ ହୋଇଥିôବା ବେଳେ ସେତେବେଳେ ସେ ଗମ୍ଭୀର ଭୂତାଣୁଜନିତ ସଂକ୍ରମଣର ଶିକାର ହୋଇଥିଲା । ଏବେ ସେ ସୁସ୍ଥ ରହିଥିବା ବେଳେ ତା’ର କଣ୍ଟାକ୍ଟ ଟ୍ରେସିଂରେ ଅନ୍ୟ କେହି ସଂକ୍ରମିତ ଚିହ୍ନଟ ହୋଇନଥିବା ଜଣାପଡ଼ିଥିଲା । ତେବେ ଅନ୍ୟ କୌଣସି ବ୍ୟକ୍ତିଙ୍କ ଠାରୁ ସଂକ୍ରମଣ ଚିହ୍ନଟ ହୋଇ ନଥିବାରୁ ତାହା ସେତେଟା ଚିନ୍ତାଜନକ ନୁହେଁ ବୋଲି ଡାକ୍ତର ମତ ଦେଇଛନ୍ତି ।

Get real time updates directly on you device, subscribe now.