fbpx

ବିଦେଶରେ ପ୍ରଥମ: ତାଞ୍ଜାନିଆ ଜଞ୍ଜୀବାରରେ ଖୋଲିବ ଆଇଆଇଟି କ୍ୟାମ୍ପସ୍

ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(ଆଇଆଇଟି) ଏବେ ଭାରତ ବାହାରେ ଏହାର କ୍ୟାମ୍ପସ୍ ଖୋଲିବାକୁ ଯାଉଛି। ତାଞ୍ଜାନିଆର ଜଞ୍ଜୀବାରରେ ଆଇଆଇଟି ଖୋଲିବାକୁ ଯାଉଛି। ଭାରତର ଏହି ପ୍ରତିଷ୍ଠିତ ଅନୁଷ୍ଠାନ ବିଦେଶରେ ପ୍ରଥମ ଥର ଏହାର ସେବା ଦେବାକୁ ପ୍ରସ୍ତୁତ ହେଉଛି। ଏହି ନିଷ୍ପତି ଭାରତ ସରକାରଙ୍କ ୨୦୨୦ ନୂଆ ଶିକ୍ଷା ନୀତି(ଏନ୍‌ଇପି)ର ଏକ ଅଂଶ ଅଟେ। ଏନ୍‌ଇପି ଏଥିରେ କୁହାଯାଇଥିଲା ଯେ, ଭାରତରେ ଭଲ ପ୍ରଦର୍ଶନ କରୁଥିବା ଶିକ୍ଷାନୁଷ୍ଠାନକୁ ବିଦେଶରେ ପହଞ୍ଚାଇବାକୁ ଚେଷ୍ଟା କରାଯିବ।

ଭାରତର ବିଦଶ ମନ୍ତ୍ରୀ ଏସ୍‌.ଜୟଶଙ୍କରଙ୍କ ତାଞ୍ଜାନିଆ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଏହି ଚୁକ୍ତି ହୋଇଥିଲ । ଏହି ପଦକ୍ଷେପ ସ୍ୱରୁପ ଆଇଆଇଟି ମାଡ୍ରାସ୍ କ୍ୟାମ୍ପସ୍ ଜାନଜିବରରେ ସ୍ଥାପନ କରାଯିବ । ଏହି କ୍ୟାମ୍ପସ୍‌ରେ ଅକ୍ଟୋବରର ମାସରେ ପାଠପଢା ଆରମ୍ଭ ହେବ । ଶୁକ୍ରବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଜଞ୍ଜୀବାର ପୁର୍ବ ଆଫ୍ରିକାର ଏକ ଦ୍ୱିପଦେଶ । ବର୍ଷ ୧୯୬୪ରେ ଏହା ତାଞ୍ଜାନିଆ ସହିତ ମିଶିଥିଲା ଏବଂ ତାଞାନିଆ ଗଣରାଜ୍ୟ ଗଠନ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ଏହି କ୍ୟାମ୍ପସ୍‌ରେ ନାମ ଲେଖା କିପରି ହେବ ଏହା ଆଇଆଇଟି ମାଡ୍ରାସ୍ ସ୍ଥିର କରିବ ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଟ୍ୱିଟ୍ କରି କହିଛନ୍ତି ଯେ, ଆଇଆଇଟି ମାଡ୍ରାସର ଜଞ୍ଜୀବାର କ୍ୟାମ୍ପସ ସ୍ଥାପନ ପାଇଁ ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ଏହି ଅବସରରେ ରାଷ୍ଟ୍ରପତି ଡକ୍ଟର ହୁସେନ୍ ଅଲି ମିୱିନିଙ୍କ ଉପସ୍ଥିତି ପାଇଁ କୃତଜ୍ଞ। ଏହି ଐତିହାସିକ ପଦକ୍ଷେପ ବିଶ୍ୱର ଦକ୍ଷିଣ ପ୍ରାନ୍ତ ପ୍ରତି ଭାରତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ଜୟଶଙ୍କର କହିଛନ୍ତି। ଏଥି ସହ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଏହା ଆଫ୍ରିକା ସହ ସମ୍ପର୍କକୁ ମଜବୁତ କରୁଛି।

Get real time updates directly on you device, subscribe now.