fbpx

ରାଜ୍ୟ ପାଇଁ ଗର୍ବ, ଅନ୍ୟ ପାଇଁ ଉଦାହରଣ: ଓଡ଼ିଶାର ପ୍ରଥମ କିନ୍ନର ଭାବେ Ph.D କରିବେ ଦୀପା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଥାରେ ଅଛି ଇଚ୍ଛା ଆଗରେ କାହିଁ କେତେ ବଡ଼ ବଡ଼ ସମସ୍ୟା ହାର ମାନିଥାଏ । ନିଜର ଦୃଢ଼ ମନୋବଳ ଓ କଠିନ ପରିଶ୍ରମ ବଳରେ ମଣିଷ ଅନେକ ଅସମ୍ଭବ କାର୍ଯ୍ୟକୁ ବି ସମ୍ଭବ କରିପାରିବ । ଏଭଳି କିଛି କରି ସାରା ଦୁନିଆକୁ ଦେଖାଇଛନ୍ତି କଟକ ଜିଲ୍ଲା ହରିପୁର ଅଞ୍ଚଳର ଦୀପା ସାହୁ । ରାଜ୍ୟର ପ୍ରଥମ କିନ୍ନର ଭାବେ ଦୀପା ପିଏଚଡି କରିବାକୁ ଯାଉଛନ୍ତି ।

ଓଡ଼ିଶାର ପ୍ରଥମ କିନ୍ନର ଭାବେ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଦୀପା । ଦୀପା ଉଦ୍ଭିଦ ବିଜ୍ଞାନରେ ପିଏଚଡି ଡିଗ୍ରୀ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଛନ୍ତି । ବର୍ତ୍ତମାନର ସମୟରେ କିନ୍ନରମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ଏ କ୍ଷେତ୍ରରେ ଦୀପା ଅନ୍ୟ ପାଇଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ଦୃଢ଼ ସଂକଳ୍ପ, କଠିନ ପରିଶ୍ରମ, ନିଷ୍ଠା ବଳରେ ଆଜି ଦୀପା ଏହି ସଫଳତା ହାସଲ କରିଛନ୍ତି ।

୮ ବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇ ଦୀପା ବାକ୍ ଶକ୍ତି ହରାଇଥିଲେ ହେଁ ହାରି ଯାଇନଥିଲେ । ବରଂ ଜାରି ରଖିଥିଲେ ସଂଘର୍ଷ । ଆଉ ଶେଷରେ ଜିତିଥିଲେ ମଧ୍ୟ । ୬ଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା ସମୟରେ ଦୀପାଙ୍କୁ ଅନ୍ୟମାନେ ଉପହାସ କରିଥିଲେ । ମାତ୍ର ଲେକାଙ୍କର ଟାହିଟାପରାକୁ ଖାତିର ନକରି ସଫଳତା ଆଡ଼କୁ ମାଡ଼ି ଚାଲିଥିଲେ ଦୀପା । ଶିକ୍ଷା ପ୍ରତି ଭଲପାଇବା ହିଁ ଦୀପାଙ୍କୁ ଦେଇଛି ଏତେବଡ଼ ସଫଳତା । ତେବେ ସରକାର ଏ ଦିଗରେ ସାହାଯ୍ୟର ହାତ ବଢ଼ାଇଲେ ସେ ଆହୁରି ଆଗକୁ ଯାଇ ପାରନ୍ତେ ବୋଲି ତାଙ୍କର ଜଣେ ବନ୍ଧୁ କହିଛନ୍ତି ।

Get real time updates directly on you device, subscribe now.