ଚାଷୀଙ୍କୁ ମିଳିଲା ପ୍ରଥମ ପର୍ଯ୍ୟାୟର କ୍ଷତିପୂରଣ ରାଶି

ଭୁବନେଶ୍ୱର: ସତ୍ୟବାଦୀରେ ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟର କ୍ଷତିପୂରଣ ରାଶି ମିଳିଛି । ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଧାନର କ୍ଷତିପୂରଣ ମିଳିଛି । ୨୪ଟି ପଞ୍ଚାୟତର ୯ ହଜାର ୭୫୧ ଜଣ ଚାଷୀଙ୍କୁ ସହାୟତା ମିଳିଛି । ୩ କୋଟି ୩୧ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଛି ।

ଅଦିନିଆ ବର୍ଷାରେ ଅନେକ ଚାଷୀଙ୍କ ଫସଲ ଜମିରେ ପାଣି ପଶିଯାଇ ଅମଳ ହୋଇଥିବା ଫସଲ ନଷ୍ଟ ହୋଇଯାଇଥିଲା । ଏ ନେଇ ଚିନ୍ତାରେ ଥିଲେ ଚାଷୀ । ଲକ୍ଷ ଲକ୍ଷ ଟଙ୍କାର ଫସଲ ନଷ୍ଟ ହେବା ପରେ ସରକାର କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଯାହାକି ଅଜି ପୂରଣ ହୋଇଛି । ତେବେ ଅନ୍ୟ ଚାଷୀମାନଙ୍କୁ ଅନ୍ୟାନ୍ୟ ପର୍ଯ୍ୟାୟରେ କ୍ଷତିପୂରଣ ରାଶି ମିଳିବ ବୋଲି କୁହାଯାଇଛି ।