fbpx

ଘଟିଲା ସବୁ ଅପେକ୍ଷାର ଅନ୍ତ; ଏବେ ଦେଶରେ ଖାଲି ହେବ ସୁନା ବର୍ଷା, ଏହି ଖଣିରୁ ପ୍ରତି ବର୍ଷ ବାହାରିବ ଏତେମାତ୍ରାରେ ସୁନା

ନୂଆଦିଲ୍ଲୀ: ଆମ ଦେଶରେ ସୁନା ପ୍ରତି ଲୋକଙ୍କର ଖାସ୍ ଆକର୍ଷଣ ରହିଛି । ଭାରତୀୟମାନଙ୍କର ସୁନା ଗହଣା ପ୍ରତି ବିଶେଷ ଆଦର ରହିଛି । ଏହା ବ୍ୟତିତ ସୁନାରେ ନିବେଶ କରିବା କ୍ଷେତ୍ରରେ ଭାରତ ଆଗରେ ରହିଛି । ଭାରତ ବିଶ୍ୱରେ ଦ୍ୱିତୀୟ ବୃହତ୍ତ ସୁନା ଉତ୍ପାଦନକାରୀ ଦେଶ । ଦେଶରେ ବହୁ ସୁନା ଖଣି ତ ରହିଛି କିନ୍ତୁ ଆନ୍ଧ୍ରପ୍ରଦେଶର ଏହି ସୁନା ଖଣି ଦେଶର ପ୍ରଥମ ଘରୋଇ ସୁନା ଖଣି ଯାହା ଆଗାମୀ ବର୍ଷ ସୁଦ୍ଧା ପୂର୍ଣ୍ଣମାତ୍ରାରେ କାମ ଆରମ୍ଭ କରିବ ।

ଏହି ଖଣି ଆନ୍ଧ୍ରପ୍ରଦେଶର କୁରନୁଲ ଜିଲ୍ଲାରେ ରହିଛି ଓ ଏଥିରେ ପାଇଲଟ୍ ସ୍କେଲରେ ଅପରେସନ ପୂର୍ବରୁ ଆରମ୍ଭ ହୋଇଯାଇଛି । ଡେକାନ ଗୋଲ୍ଡ ମାଇନ୍ସ ଲିମିଟେଡ୍ ପ୍ରବନ୍ଧ ନିର୍ଦ୍ଦେଶକ ହନୁମା ପ୍ରସାଦ କହିଛନ୍ତି ଦେଶର ଏହି ପ୍ରଥମ ବୃହତ ଘରୋଇ ସୁନା ଖଣିରେ ପୂର୍ଣ୍ଣମାତ୍ରାରେ ଉତ୍ପାଦନ ଆଗାମୀ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହୋଇଯିବ ।

ହନୁମା ପ୍ରସାଦ କହିଛନ୍ତି, ଜୋନ୍ନାଗିରି ସ୍ୱର୍ଣ୍ଣ ପରିଯୋଜନାରେ ପାଇଲଟ୍ ସ୍କେଲରେ ଅପରେସନ ଜାରି ରହିଛି । ଯେତେବେଳେ ଏହି ଖଣିରେ ପୂର୍ଣ୍ଣ ମାତ୍ରାରେ ଉତ୍ପାଦନ ଆରମ୍ଭ ହୋଇଯିବ ସେତେବେଳେ ପ୍ରତି ବର୍ଷ ପ୍ରାୟ ୭୫୦ କିଲୋଗ୍ରାମ ସୁନା ବାହାରିବ । ପାଇଲଟ୍ ଅପରେସନ ଜରିଆରେ ପ୍ରତି ମାସରେ ଏହି ଖଣିରୁ ପ୍ରତି ମାସରେ ପ୍ରାୟ ୧ କିଲୋ ସୁନା ଉତ୍ପାଦନ ହେଉଛି । ଏମ୍‌ଡି ପ୍ରସାଦଙ୍କ କହିବା ଅନୁଯାୟୀ ଭାରତୀୟ ସୁନା ଖଣିରେ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଜାରି ରହିଛି । ଅକ୍ଟୋବର ନଭେମ୍ବର ୨୦୨୪ ସୁଦ୍ଧା ପୂର୍ଣ୍ଣ ମାତ୍ରାରେ ଏଥିରୁ ଉତ୍ପାଦନ କାର୍ଯ୍ୟ ଆରମ୍ଭ ହୋଇଯିବ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ସେୟାର ବଜାରରେ ପ୍ରମୁଖ ଇଣ୍ଡେକ୍ସ ବିଏସ୍‌ଇରେ ତାଲିକାଭୁକ୍ତ ପ୍ରଥମ ଓ ଏକମାତ୍ର ସୁନାଖଣିର ସନ୍ଧାନ କରୁଥିବା କମ୍ପାନୀ ଡେକାନ ଗୋଲ୍ଡ ମାଇନ୍ସ ଲିମିଟେଡର ଜିଓମିଶୋର ସର୍ଭିସେଜ୍ ଇଣ୍ଡିଆ ଲିମିଟେଡରେ ୪୦% ଭାଗିଦାରୀ ରହିଛି ଯାହା ଜୋନ୍ନାଗିରିରେ ଘରୋଇ କ୍ଷେତ୍ରରେ ପ୍ରଥମ ସୁନା ଖଣି ଉପରେ କାମ କରୁଛି । ଏଥିରେ ଏ ପର୍ଯ୍ୟନ୍ତ ୨୦୦କୋଟି ଟଙ୍କା ନିବେଶ କରାଯାଇଛି ।

 

Get real time updates directly on you device, subscribe now.