fbpx

ରାମଲାଲାଙ୍କ ପରେ ଏବେ ଆସୁଛନ୍ତି ପ୍ରଭୁ ଭୋଳାନାଥ, ନିର୍ମାଣ ହେଉଛି ଆଉ ଏକ ଭବ୍ୟ ମନ୍ଦିର, କେବେ ପ୍ରାଣ ପ୍ରତିଷ୍ଠା ଜାଣନ୍ତୁ

ଇଟାୱା:ଉତ୍ତରପ୍ରଦେଶ ଇଟାୱା ଜିଲ୍ଲାରେ ଭଗବାନ ଭୋଳାନାଥଙ୍କ ଭବ୍ୟ ମନ୍ଦିର ନିର୍ମାଣ କରାଯାଉଛି । ଏହି ମନ୍ଦିର ଅଖିଳେଶ ଯାଦବଙ୍କ ପକ୍ଷରୁ ନିର୍ମାଣ କରାଯାଉଛି । ସଫାରୀ ନିକଟରେ ପ୍ରାୟ ୧୦ ବିଘା ଜମିରେ ଏହି ଭବ୍ୟ ମନ୍ଦିର ନିର୍ମାଣ କରାଯାଉଛି । ମନ୍ଦିର ନିର୍ମାଣ କାର୍ଯ୍ୟ ବହୁତ ଦ୍ରୁତ ଗତିରେ ଆଗେଇ ଚାଲିଛି । ଆଗାମୀ ବର୍ଷ ଅର୍ଥାତ୍ ୨୦୨୫ରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଯୋଜନା ରହିଛି । ମନ୍ଦିର ଗର୍ଭଗୃହରେ ସ୍ଥାପିତ ହେବାକୁ ଥିବା ଶିଳା ନେପାଳରୁ ଅଣାଯାଇଛି ।

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି , ଆଗାମୀ ବର୍ଷ ସୁଦ୍ଧା ମନ୍ଦିର ନିର୍ମାଣ କାର୍ଯ୍ୟ ସଂପନ୍ନ ହୋଇଯିବ । ମନ୍ଦିର ନିର୍ମାଣ ପାଇଁ ଲୋକମାନେ ବଡ ଆକାରରେ ଚାନ୍ଦା ଦେଉଛନ୍ତି ବୋଲି ସେ କହିଛନ୍ତି । ଏହା ବ୍ୟତିତ ମନ୍ଦିରରେ ବ୍ୟବହୃତ ହେଉଥିବା ପଥର କନ୍ୟାକୁମାରୀରୁ ଆସିଛି ବୋଲି ସେ କହିଛନ୍ତି । ଭୋଳାନାଥଙ୍କ ମନ୍ଦିର ଏପରି ତରିକାରେ ନିର୍ମାଣ ହେଉଛି ଯେପରି ଆମର ବେଦ, ପୁରାଣରେ ଉଲ୍ଲେଖ ରହିଛି । ବିନା ଷ୍ଟିଲ ଓ ଲୁୁହାରେ କେବଳ ପୁରୁଣା ପଥରରେ ମନ୍ଦିର ନିର୍ମିତ ହେଉଛି ।

ନେପାଳରୁ ଆସିଥିବା ଶାଳଗ୍ରାମ ଶିଳା ଲକ୍ଷ୍ନୌର ସମାଜବାଦୀ ପାର୍ଟି କାର୍ଯ୍ୟାଳୟରେ ରଖାଯାଇଛି ଓ ସେଠାରେ ପୂଜା ଅର୍ଚ୍ଚନା କରାଯାଉଛି । କେଦାରନାଥ ମନ୍ଦିର ଢାଞ୍ଚାରେ ଏହି ମନ୍ଦିର ନିର୍ମାଣ କରାଯାଉଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି କେଦାରଶ୍ୱର ମନ୍ଦିରରେ ସ୍ଥାପିତ ହେବାକୁ ଥିବା ଶିବଲିଙ୍ଗର ନିର୍ମାଣ ନେପାଳରୁ ଆସିଥିବା ଶାଳଗ୍ରାମ ଶିଳାରେ ସଂପନ୍ନ କରାଯିବ ।

Get real time updates directly on you device, subscribe now.