fbpx

CAA ଅଧୀନରେ ମିଳିଲା ନାଗରିକତା, ଫାଷ୍ଟ ସେଟରେ ୧୪ ଜଣଙ୍କୁ ଜାରି ହେଲା ସାର୍ଟିଫିକେଟ

Advertisement

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ଅନୁଯାୟୀ, ୧୪ ଜଣଙ୍କୁ ଭାରତର ନାଗରିକତା ପ୍ରଦାନ କରାଯାଇଛି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଦିନ ଏହି ସୂଚନା ମିଳିଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସିଏଏ ଅନୁଯାୟୀ, ୧୪ ଜଣଙ୍କୁ ଭାରତର ନାଗରିକତା ସାର୍ଟିଫିକେଟ ଜାରି କରାଯାଇଛି ।

ନାଗରିକତା ନିୟମ, ୨୦୨୪ର ଅଧିସୂଚନା ଜାରି ହେବା ପରେ ପ୍ରଥମ ଥର ନାଗରିକତା ପ୍ରମାଣପତ୍ର ବଣ୍ଟନ କରାଯାଇଛି । କେନ୍ଦ୍ରୀୟ ଗୃହ ସଚିବ ଅଜୟ କୁମାର ଭଲ୍ଲା ନୂଆଦିଲ୍ଲୀରେ କିଛି ଆବେଦନକାରୀଙ୍କୁ ନାଗରିକତା ପ୍ରମାଣପତ୍ର ବଣ୍ଟନ କରିଛନ୍ତି । ଏହି ଅବସରରେ ଗୃହ ସଚିବ ଆବେଦନକାରୀଙ୍କୁ ଅଭିନନ୍ଦନ ଜଣାଇବା ବେଳେ ନାଗରିକତା (ସଂଶୋଧନ) ନିୟମ ୨୦୨୪ର ମୁଖ୍ୟ ବିଷୟଗୁଡିକ ଉପରେ ଆଲୋକପାତ କରିଛନ୍ତି ।

ନାଗରିକତା ସଂଶୋଧନ ଆଇନ ୧୧ ଡିସେମ୍ବର ୨୦୨୯ରେ ସଂସଦରୁ ପାରିତ ହୋଇଥିଲା । ଏହି ଆଇନ ପାରିତ ହେବା ପରେ ସାରା ଦେଶରେ ସିଏଏ ବିରୋଧରେ ଆନ୍ଦୋଳନ ଏବଂ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଭାରତ ସରକାର ୧୧ ମାର୍ଚ୍ଚ ୨୦୨୪କୁ ନାଗରିକତା ନିୟମ, ୨୦୨୪କୁ ଅଧିସୂଚୀତ କରିଥିଲେ । ଏହି ନିୟମରେ ଆବେଦନ କରିବା ପ୍ରକ୍ରିୟା, ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ଆବେଦନକୁ ପଠାଇବା ପ୍ରକ୍ରିୟା, ଏବଂ ରାଜ୍ୟସ୍ତରୀୟ ଅଧିକାର ପ୍ରାପ୍ତ କମିଟି ପକ୍ଷରୁ ଆବେଦନ ଗୁଡିକର ଯାଞ୍ଚ ଏବଂ ନାଗରିକତା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.