fbpx

ଆଜି ବର୍ଷର ପ୍ରଥମ ସୂର୍ଯ୍ୟପରାଗ: ଜାଣନ୍ତୁ କେଉଁ ରାଶି ଉପରେ ପଡ଼ିବ ଖରାପ ପ୍ରଭାବ

Advertisement

ନୂଆଦିଲ୍ଲୀ: ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ ୩୦ ଅର୍ଥାତ୍ ଆଜି ଲାଗିବାକୁ ଯାଉଛି । ଏହା ଆଂଶିକ ସୂର୍ଯ୍ୟପରାଗ ହେବ । ଦ୍ୱିତୀୟ ସୂର୍ଯ୍ୟପରାଗ ୨୫ ଅକ୍ଟୋବରରେ ଲାଗିବ । ଏହା ମଧ୍ୟ ଏକ ଆଂଶିକ ସୂର୍ଯ୍ୟ ଗ୍ରହଣ ହେବ ବୋଲି ସୂଚନା ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବର୍ଷର ପ୍ରଥମ ସୂର୍ଯ୍ୟପରାଗ ମଧ୍ୟରାତ୍ରି ୧୨:୧୫ ରୁ ରେ ଆରମ୍ଭ ହେବ, ଯାହାକି ମେ’୧ ସକାଳ ୦୪:୦୭ ପର୍ଯ୍ୟନ୍ତ ରହିବ । ଏହି ସୂର୍ଯ୍ୟପରାଗ ମେଷ ରାଶିରେ ଲାଗିବ । ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ ଓ ଏହାର ସୂତକ କାଳ ମଧ୍ୟ ପାଳନ କରାଯିବନି । ଏହି ପରାଗ ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍, ଆଣ୍ଟାର୍କଟିକା ଏବଂ ଦକ୍ଷିଣ ଆମେରିକାର ଦକ୍ଷିଣ-ପଶ୍ଚିମ ଭାଗରେ ଦୃଶ୍ୟମାନ ହେବ ।

ରାଶି ଉପରେ ପ୍ରଭାବ:-
ଆମ ଜୀବନରେ ଗ୍ରହମାନଙ୍କର ଗଭୀର ପ୍ରଭାବ ପଡିଥାଏ । ସୂର୍ଯ୍ୟ ସମସ୍ତ ଗ୍ରହଙ୍କ ରାଜା, ପିତା ଓ ଆତ୍ମାର କାରକ । ସୂର୍ଯ୍ୟପରାଗର ସ୍ଥିତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ । ସୂର୍ଯ୍ୟପରାଗରେ ଅଲଗା ଅଲଗା ରାଶି ଉପରେ ଅଲଗା ଅଲଗା ପ୍ରଭାବ ପଡ଼ିଥାଏ । କିଛି ରାଶି ଉପରେ ଏହାର ସକାରାତ୍ମକ ପ୍ରଭାବ ପଡିବା ସହ କିଛି ରାଶି ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ । ଏହି ସମୟରେ ମେଷ, କର୍କଟ, ବିଛା ଓ ଧନୁ ରାଶିର ଲୋକଙ୍କୁ ଅତି ସାବଧାନରେ ରହିବାକୁ ଜରୁରୀ ।

ମେଷ- ଏଥର ସୂର୍ଯ୍ୟପରାଗର ପ୍ରଭାବ ମେଷ ରାଶିରେ ହେବ । ଫଳରେ ସବୁଠାରୁ ଅଧିକ ପ୍ରଭାବିତ ମେଷ ରାଶିର ଲୋକେ ହେବେ । ଏପରି ପରିସ୍ଥିତିରେ ମେଷ ରାଶିର ଲୋକଙ୍କୁ ଶତ୍ରୁମାନଙ୍କଠାରୁ ସାବଧାନରେ ରହିବା ଜରୁରୀ । ଏହି ସମୟରେ ମେଷ ରାଶିର ଲୋକଙ୍କଠାରେ ଆତ୍ମବିଶ୍ୱାସ ରହିବା ନିହାତି ଆବଶ୍ୟକ । ପାରିବାରିକ ସୁଖ ମିଳିବ ଓ ବନ୍ଧୁମାନଙ୍କ ସହଯୋଗ ରହିବ । ମନ ଅଶାନ୍ତ ରହିବ । ଦୁର୍ଘଟଣାର ସମ୍ଭାବନା ରହିଛି । ଏଥିପାଇଁ ଗ୍ରହଣ ସମୟରେ ଯାତ୍ରା କରନ୍ତୁ ନାହିଁ ।

କର୍କଟ- ବର୍ଷର ପ୍ରଥମ ସୂର୍ଯ୍ୟପରାଗ କର୍କଟ ରାଶିର ଲୋକଙ୍କ ପାଇଁ କଷ୍ଟଦାୟକ ହେବ । ଗ୍ରହଣ ସମୟରେ ଚନ୍ଦ୍ର ମେଷ ରାଶିରେ ରାହୁ ସହ ରହିବେ, ଯାହାଫଳରେ ମନରେ ନକାରାତ୍ମକ ଭାବନା ଆସିବ । ଅଯଥା ଖର୍ଚ୍ଚ ବୃଦ୍ଧି ହେବ । ଗ୍ରହଣ ସମୟରେ ଭୁଲରେ ବି ବାହାରକୁ ଯାଆନ୍ତୁ ନାହିଁ । ଏହା ସହ ଏହି ସମୟରେ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ଗ୍ରହଣର ଦୋଷ ଲାଗିବନି ।

ବିଛା- ସୂର୍ଯ୍ୟପରାଗ ସମୟରେ ବିଛା ରାଶିର ଲୋକଙ୍କୁ ଅଧିକ ସାବଧାନରେ ରହିବା ଆବଶ୍ୟକ । ଝଗଡ଼ା ବା ବିବାଦରେ ପଡ଼ନ୍ତୁ ନାହିଁ । ନହେଲେ ଆପଣଙ୍କ ଉପରେ ଅଧିକ ଭାରୀ ପଡ଼ିପାରେ । ଶତ୍ରୁମାନଙ୍କଠାରୁ ଅଧିକ ସାବଧାନ୍ ରୁହନ୍ତୁ । ଛୋଟ ଭୁଲ ଯୋଗୁଁ ପଦ, ପ୍ରତିଷ୍ଠା ଉପରେ ବିପଦ ଆସିପାରେ । ଗ୍ରହଣ ସମୟରେ ଖାଇବା-ପିଇବାଠାରୁ ଦୂରେଇ ରୁହନ୍ତୁ ଓ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ଧନୁ – ଧନୁ ରାଶିର ଲୋକମାନେ ଶତ୍ୟୁଠାରୁ ଦୂରେଇ ରୁହନ୍ତୁ । କିଛି ବି ଗୋପନୀୟ ସୂଚନାକୁ ଅନ୍ୟ ସହ ସେୟାର କରନ୍ତୁ ନାହିଁ । କାମରେ ଭୁଲ ଯୋଗୁଁ ଅଫିସରେ ସିନିୟରଙ୍କ ସହ ମତାନ୍ତର ହୋଇପାରେ । ଏହା ସହ ଗ୍ରହଣ ସମୟରେ ଯାତ୍ରା କରନ୍ତୁ ନାହିଁ ଓ ଗାୟତ୍ରୀ ମନ୍ତ୍ରୀ ଜପ କରନ୍ତୁ ।

Get real time updates directly on you device, subscribe now.