29ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଓଡ଼ିଶାରେ ଦୃଶ୍ୟମାନ ହେବ କି ନାହିଁ ଜାଣନ୍ତୁ
ଆସନ୍ତାକାଲି ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଅନୁଷ୍ଠିତ ହେବ ।
ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ 29 ତାରିଖରେ ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟପରାଗ ହେବ । ପରାଗ ସମୟରେ ପୃଥିବୀ, ଚନ୍ଦ୍ର ଏବଂ ସୂର୍ଯ୍ୟର ଅବସ୍ଥିତି ଅନୁସାରେ, ତିନି ପ୍ରକାରର ପରାଗ ହୋଇଥାଏ ।
ଆସନ୍ତା 29 ତାରିଖରେ ହେବାକୁ ଥିବା ସୂର୍ଯ୍ୟପରାଗ ଉତ୍ତର ଆମେରିକା, ଗ୍ରୀନଲ୍ୟାଣ୍ଡ, ୟୁରୋପ, ଉତ୍ତର-ପଶ୍ଚିମ ଋଷରେ ଏହା ଦୃଶ୍ୟମାନ ହେବ । ଏହା ଏକ ପ୍ରକାର ଆଂଶିକ ସୂର୍ଯ୍ୟପରାଗ ହେବ । ଦିନ 2ଟା 20 ମିନିଟରୁ ଆରମ୍ଭ ହୋଇ 4ଟା 17 ମିନିଟ୍ ପର୍ଯ୍ୟନ୍ତ ରହିବ ।
ତେବେ ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ । ଭାରତୀୟ ସମୟ 4ଟା 14 ମିନିଟରେ ପରାଗ ଶେଷ ହେବ ।
ତେବେ ଏହାପରେ ଆସନ୍ତା ସେପ୍ଟେମ୍ବର 7 ତାରିଖରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବ । ଏହା ଭାରତ ସହିତ ଏସିଆ, ୟୁରୋପ, ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ ଏବଂ ଭାରତ ମହାସାଗରର କିଛି ସ୍ଥାନରେ ଏହା ଦୃଶ୍ୟମାନ ହେବ ।
ତେବେ ବର୍ଷର ଶେଷ ସୂର୍ଯ୍ୟପରାଗ ସେପ୍ଟେମ୍ବର 21 କିମ୍ବା 22 ତାରିଖରେ ହେବ । ଏହା ମଧ୍ୟ ଭାରତରେ ଦୃଶ୍ୟମାନ ହେବ ନାହିଁ ବୋଲି ଜଣାପଡ଼ିଛି ।