fbpx

ଏପ୍ରିଲରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ; ଜାଣନ୍ତୁ କେଉଁ ରାଶିର ଲୋକ ହେବେ ଲାଭବାନ୍

ନୂଆଦିଲ୍ଲୀ: ୨୦୨୨ ମସିହାରେ ଦୁଇଟି ସୂର୍ଯ୍ୟପରାଗ ହେବ । ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ ୩୦ରେ ଲାଗିବ । ଏହା ଆଂଶିକ ସୂର୍ଯ୍ୟପରାଗ ହେବ । ଦ୍ୱିତୀୟ ସୂର୍ଯ୍ୟପରାଗ ୨୫ ଅକ୍ଟୋବରରେ ଲାଗିବ । ଏହା ମଧ୍ୟ ଏକ ଆଂଶିକ ସୂର୍ଯ୍ୟ ଗ୍ରହଣ ହେବ ବୋଲି ସୂଚନା ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବର୍ଷର ପ୍ରଥମ ସୂର୍ଯ୍ୟପରାଗ ମଧ୍ୟରାତ୍ରି ୧୨:୧୫ ରୁ ରେ ଆରମ୍ଭ ହେବ, ଯାହାକି ମେ’୧ ସକାଳ ୦୪:୦୭ ପର୍ଯ୍ୟନ୍ତ ରହିବ । ଏହି ସୂର୍ଯ୍ୟପରାଗ ମେଷ ରାଶିରେ ଲାଗିବ । ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ ଓ ଏହାର ସୂତକ କାଳ ମଧ୍ୟ ପାଳନ କରାଯିବନି । ଏହି ପରାଗ ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍, ଆଣ୍ଟାର୍କଟିକା ଏବଂ ଦକ୍ଷିଣ ଆମେରିକାର ଦକ୍ଷିଣ-ପଶ୍ଚିମ ଭାଗରେ ଦୃଶ୍ୟମାନ ହେବ ।

ରାଶି ଉପରେ ପ୍ରଭାବ:-

ଆମ ଜୀବନରେ ଗ୍ରହମାନଙ୍କର ଗଭୀର ପ୍ରଭାବ ପଡିଥାଏ । ସୂର୍ଯ୍ୟ ସମସ୍ତ ଗ୍ରହଙ୍କ ରାଜା, ପିତା ଓ ଆତ୍ମାର କାରକ । ସୂର୍ଯ୍ୟପରାଗର ସ୍ଥିତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ । ସୂର୍ଯ୍ୟପରାଗରେ ଅଲଗା ଅଲଗା ରାଶି ଉପରେ ଅଲଗା ଅଲଗା ପ୍ରଭାବ ପଡ଼ିଥାଏ । ଜ୍ୟୋତିଷଙ୍କ ଅନୁଯାୟୀ, ୪ ଟି ରାଶିର ଚିହ୍ନ ଉପରେ ସୂର୍ଯ୍ୟ ପରାଗର ପ୍ରଭାବ ଫଳପ୍ରଦ ହେବ ।

୧. ବୃଷ- ବୃଷ ରାଶିର ଲୋକମାନଙ୍କ ପାଇଁ ଏହି ସୂର୍ଯ୍ୟପରାଗ ଶୁଭ ହେବାକୁ ଯାଉଛି । ଏହି ସମୟରେ ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ଆପଣଙ୍କ ଅସମାପ୍ତ କାମ ସରିଯିବ । ଯାହା ବି କାମ କର, ସେଥିରେ ସଫଳ ହେବେ । ଯାତ୍ରା କରିବା ଲାଭଦାୟକ ହେବ । ସମ୍ପତ୍ତିରେ ନିବେଶ ପାଇଁ ସମୟ ଭଲ ରହିଛି ।

୨. କର୍କଟ- ବର୍ଷର ପ୍ରଥମ ସୂର୍ଯ୍ୟପରାଗ କର୍କଟ ରାଶିର ଲୋକଙ୍କ ପାଇଁ ଲାଭଦାୟକ ହେବ । କାର୍ଯ୍ୟରେ ସଫଳତା ମିଳିବ । ଆପଣ ସାଙ୍ଗମାନଙ୍କଠାରୁ ଲାଭ ପାଇପାରିବେ । ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ । ଉଚ୍ଚ ପଦାଧିକାରୀଙ୍କ ସମର୍ଥନ ପାଇବେ ।

୩. ତୁଳା- ତୁଳା ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟପରାଗ ଶୁଭ ହେବ । କର୍ମକ୍ଷେତ୍ରରେ ଲାଭର ସମ୍ଭାବନା ରହିଛଇ । ଚାକିରିରେ ଅନେକ ସୁଯୋଗ ମିଳିବ । ସହଭାଗୀତା କାର୍ଯ୍ୟରେ ସଫଳତା ମିଳିବ । ଏହି ସମୟରେ ଆପଣ ଅଫିସରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିବାକୁ ସମର୍ଥ ହେବେ ।

୪. ଧନୁ – ଧନୁ ରାଶିର ଲୋକଙ୍କ ଆର୍ଥିକ ଦିଗ ମଜଭୁତ ହେବ । ସରକାରୀ ଚାକିରି କରୁଥିବା ଲୋକମାନେ ଶୁଭ ଫଳାଫଳ ପାଇବେ । ବିଦେଶରୁ ଚାକିରି ଅଫର ଆସିପାରେ । ବ୍ୟବସାୟୀମାନେ ଲାଭ ପାଇବେ ।

Get real time updates directly on you device, subscribe now.