fbpx
BSKY SKY
BSKY SKY

ପ୍ରଥମ ଟେଷ୍ଟ: ବୁମରା ଓ ଶାମିଙ୍କୁ ୩-୩ ୱିକେଟ, ସହଜ ବିଜୟ ସହିତ ୧-୦ରେ ଆଗୁଆ ଭାରତ

BSKY

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟକୁ ୧୧୩ ରନରେ ଜିତି ନେଇଛି ଭାରତ । ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲାକୁ ଜିତିନେବା ସହିତ ଭାରତ ୧-୦ରେ ଆଗୁଆ ରହିଛି । ୩୦୪ ରନ ପିଛା କରୁଥିବା ଦକ୍ଷିଣ ଆଫ୍ରିକା ମାତ୍ର ୧୯୧ ରନରେ ଅଲଆଉଟ ହୋଇଥିଲା । ଅଧିନାୟକ ଡିନ ଏଲଗାର ଲଢୁଆ ୭୭ ରନ କରିଥିଲେ ହେଁ ଏହା ନିଷ୍ଫଳ ହୋଇଥିଲା । ଭାରତ ପକ୍ଷରୁ ଜସପ୍ରୀତ ବୁମରା ଓ ମହମ୍ମଦ ସିରାଜ ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ଚତୁର୍ଥ ଦିନର ଅବିଭାଜିତ ସ୍କୋର ୯୪/୪ରୁ ଖେଳ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ଆଉ ୯୭ ରନ ଯୋଡି ବାକି ୬ ୱିକେଟ ହରାଇଥିଲା । ୫୨ରନରେ ବ୍ୟାଟିଂ କରୁଥିବା ଏଲଗାର ଦଳୀୟ ସ୍କୋର ୧୩୦ ହୋଇଥିବା ବେଳେ ପ୍ୟାଭିଲିୟନ ଫେରିଥିଲେ । ୧୫୬ ବଲ ଖେଳିଥିବା ଏଲଗାର ୧୨ ଚୌକା ସହିତ ୭୭ ରନ କରିଥିଲେ । ଦ୍ରୁତ ୨୧ ରନ କରି କ୍ୱିଣ୍ଟନ ଡିକକ ପ୍ୟାଭିଲିୟନ ଫେରିବା ପରେ ଦଳର ପରାଜୟ କେବଳ ଔପଚାରିକତା ରହିଥିଲା । ବାଭୁମା ୩୫ ରନ କରି ଅପରାଜିତ ରହିଥିବା ବେଳେ ଟିମ୍ ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ବୁମରା ଓ ଶାମି ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ସିରାଜ ଓ ଅଶ୍ୱିନ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ପ୍ରଥମ ଇନିଂସରେ ରାହୁଲଙ୍କ ଶତକ ସହାୟତାରେ ଭାରତ ୩୨୭ ରନ ସଂଗ୍ରହ କରିଥିଲା । ପ୍ରଥମ ଇନିଂସରେ ୧୩୦ ରନରେ ଆଗୁଆ ରହିବା ପରେ ଦଳ ଦ୍ୱିତୀୟ ଇନିଂସରେ ୧୭୪ ରନ କରିପାରିଥିଲା । ଏହି ବିଜୟ ସହିତ ପ୍ରଥମ ଏସୀୟ ଅଧିନାୟକ ଭାବରେ ସେଞ୍ଚୁରିଆନରେ ବିଜୟ ହାସଲ କରିଛନ୍ତି ବିରାଟ କୋହଲି ।

Get real time updates directly on you device, subscribe now.