fbpx

ଅହିରାଜ ସାପର ପିଞ୍ଜରା ହାଡ ଭାଙ୍ଗିଲା: OUATରେ ହେଲା ପ୍ଲାଷ୍ଟର,ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଲୁଗାଁରୁ ଇଟା ମାଡ଼ ଖାଇ ୪ଟି ପିଞ୍ଜରା ହାଡ଼ ଭାଙ୍ଗିଥିବା ଅହିରାଜ ସାପର ଆଜି ପ୍ଲାଷ୍ଟର୍ କରାଯାଇଛି । ହାଡ଼କୁ ଯୋଡିବା ପାଇଁ ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜର ସର୍ଜରୀ ବିଭାଗର ପ୍ରଫେସର ଡାକ୍ତର ଇନ୍ଦ୍ରମଣୀ ନାଥ ଏବଂ ତାଙ୍କର ଟିମ ମିଶି ସଫଳତାର ସହିତ ଅତି ବିଷଧର ଅହିରାଜ ସାପର ପ୍ଲାଷ୍ଟର୍ କରିଥିଲେ ।

ପ୍ଲାଷ୍ଟର୍ କରିବା ପାଇଁ ଏକ ୩ ଇଞ୍ଚ ମୋଟେଇ ପିଭିସି ପାଇପ କୁ ଆରି ସାହାଯ୍ୟ ରେ କଟା ଯାଇଥିଲା । ଏହା ପରେ ସେହି ଦୁଇ ଫାଳ ପାଇପ ର ଭିତର ପଟେ ତୁଳା ପ୍ୟାଡିଙ୍ଗ ଦିଆଯାଇ ହାଡ଼ ଭାଙ୍ଗିବା ସ୍ଥାନର ଦୁଇ ପଟେ ରଖି ଲିଉକୋପ୍ଲାଷ୍ଟ ମାଇକ୍ରୋପୋର ଗୁଡେଇ ସିଧା କରି ରଖା ଯାଇଥିଲା । ସାପଟିକୁ ଆଣ୍ଟି ବାୟୋଟିକ ଓ ପେନ କିଲର ଇଂଜେକସନ ମଧ୍ୟ ଦିଆଯାଇଥିଲା । ୩ ସପ୍ତାହ ଅବଜରଭେସନ ପରେ ସାପ ଟି ସୁସ୍ଥ ହେଇଯିବ । ଦେଖନ୍ତୁ Video….

 

Get real time updates directly on you device, subscribe now.