fbpx

ଓଡ଼ିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ‘Bariatric Endoscopy’ ସେବା: ମେଦବହୁଳ ରୋଗୀ ହେବେ ଉପକୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ମଣିଷ ପାଇଁ ମେଦବହୁଳତା ଏକ ବଡ଼ ଭୟଙ୍କର ରୋଗ । ଗତ ୨୦୦୬ରେ ମେଦବହୁଳ ସଂକ୍ରମିତଙ୍କ ସଂଖ୍ୟା ୯.୩ ପ୍ରତିଶତ ରହିଥିବା ବେଳେ ୨୦୨୧ରେ ତାହା ୨୨.୯ ପ୍ରତିଶତରେ ପହଞ୍ଚି ଯାଇଥିଲା । ବିଶ୍ୱର ନାଉରୁ ନାମକ ଦେଶରେ ମେବହୁଳତାର ମାତ୍ରା ଅଧିକ ଦେଖିବାକୁ ମିଳିଥାଏ ।a

ତେବେ ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହେବାକୁ ଯାଉଛି ‘ବାଳିଆଟ୍ରିକ ଏଣ୍ଡୋସ୍କୋପି’ ସେବା । ଏହି ସେବା ପାଇବା ପାଇଁ ରୋଗୀଙ୍କୁ ସେମାନଙ୍କର ପଞ୍ଜିକରଣ କରିବାକୁ ପଡ଼ିବ । ବିଜ୍ଞାନରେ ପେଟ ଓ ଲିଭର ରୋଗର ନିରୂପଣ ଓ ଚିକିତ୍ସା ପାଇଁ ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଲୋଜି ଆଣ୍ଡ ଲିଭରରେ ସମସ୍ତ ପ୍ରକାରର ଅତ୍ୟାଧୁଦିକ ସେବା ଓ ଉପକରଣ ରହିଛି ।

ତେବେ ରାଜ୍ୟରେ ‘ବାରିଆଟ୍ରିକ ଏଣ୍ଡୋସ୍କୋପି’ ପ୍ରଥମ ଥର ପାଇଁ ଆରମ୍ଭ ହେବାକୁ ଯାଉଛି । ଏହା ଫଳରେ ମେବହୁଳତାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଆଉ ଚିକିତ୍ସା ପାଇଁ ଯିବାକୁ ପଡ଼ିବନି । ରାଜଧାନୀ ଭୁବନେଶ୍ୱରର ସହିଦନଗର ସ୍ଥିତ ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଲୋଜି ଆଣ୍ଡ ଲିଭରରେ ଖୁବଶୀଘ୍ର ଏହି ସେବା ଉପଲବ୍ଧ ହେବ । ଏହା ନିଶ୍ଚିତ ଭାବେ ସମସ୍ତ ମେବହୁଳ ରୋଗୀଙ୍କ ପାଇଁ ଏକ ବଡ଼ ଖବର ।

ସୂଚନାଯୋଗ୍ୟ ଯେ, ରାଜ୍ୟକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକଶିତ କରାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଗତ ଏପ୍ରିଲ ମାସରେ କଟକ ଏସସିବିରେ ପ୍ରଥମ ଥର ପାଇଁ ଏକମୋ ମେଶିନ୍ ସପୋର୍ଟରେ ଏକ ବିରଳ ଅପରେସନ କରାଯାଇଥିଲା । ସେହିପରି ଗତ ମାସରେ ରାଜ୍ୟର ଏକ ଘରୋଇ ହସ୍ପିଟାଲରେ ପ୍ରଥମ ଥର ପାଇଁ ରୋବୋଟ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ସଫଳ ହୋଇଥିଲା । ଏଥିସହିତ ରାଜ୍ୟରେ ପ୍ରଥମ ‘ବୋନ ବ୍ୟାଙ୍କ’ ପ୍ରତିଷ୍ଠା ନେଇ ଗତ ମାସରେ ଟେଣ୍ଡର ଖୋଲାଯାଇଥିଲା ।

Get real time updates directly on you device, subscribe now.