fbpx

ଭାରତରେ ପ୍ରଥମ! ଜାମ୍ମୁ ଏବଂ କାଶ୍ମୀରରେ ମିଳିଲା ୫.୯ ନିୟୁତ ଟନ୍‌ର ଲିଥିୟମ୍ ଜମା, ନିଶ୍ଚିତ କଲେ ସରକାର

ନୂଆଦିଲ୍ଲୀ: ଭାରତୀୟ ଭୁତତ୍ୱ ସର୍ବେକ୍ଷଣ (ଜିଏସ୍‌ଆଇ) ପ୍ରଥମ ଥର ପାଇଁ ଭାରତରେ ଲିଥିୟମ୍ ଖଣି ଠାବ କରିଛନ୍ତି। ଏନେଇ ଖଣିଜ ମନ୍ତ୍ରଳାୟ ପକ୍ଷରୁ ସୂଚନା ଦିଆଯାଛି। ଖଣିଜ ମନ୍ତ୍ରଣାଳୟ କହିଛି ଯେ, ଜାମ୍ମୁ କାଶ୍ମୀରର ରେସି ଜିଲ୍ଲାର ସାଲାଲ-ହାଇମାନା ଅଞ୍ଚଳରେ ୫.୯ ନିୟୁତ ଟନ୍‌ର ଲିଥିୟମ୍ ଅନୁମାନିତ ସମ୍ବଳ (ଜି୩) ମିଳିଛି। ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ପରିବେଶ ପ୍ରଦୁଷଣ ଉପରେ ସମସ୍ତ ଦେଶ ଗୁରୁତ୍ୱ ଦେଉଥିବା ବେଳେ ପେଟ୍ରୋଲ-ଡିଜେଲ ବଦଳରେ ବିଦ୍ୟୁତ ଗାଡ଼ି ଚଳାଚଳ ଉପରେ ଜୋର ଦେଉଛନ୍ତି।

ତେବେ ବିଦ୍ୟୁତ ଗାଡ଼ିରେ ବ୍ୟବହାର ହେଉଥିବା ବ୍ୟାଟେରୀରେ ଲିଥିୟମ୍ ଏକ ଜରୁରୀ କଞ୍ଚାମାଲ ଭାବେ ବ୍ୟବହାର ହେଉଛି। ତେଣୁ ବର୍ତ୍ତମାନ ସମୟରେ ଏବଂ ଭବିଷ୍ୟତରେ ଲିଥିୟମ୍‌ର ଗୁରୁତ୍ୱ ବେଶ୍ ଅଧିକା ରହିଛି। ବର୍ତ୍ତମାନ ଭାରତ ଚୀନ୍ ଏବଂ ଆର୍ଜେଣ୍ଟିନାରୁ ଏହାର ଅମଦାନୀ କରୁଛି। ଏବେ ଭାରତରେ ଏହାର ଠିକଣା ମିଳିବା ପରେ ଭାରତକୁ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ତେଣୁକରି ଭାରତ ପାଇଁ ଲିଥିୟମ୍ ଜମା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ସରକାର ବୈଦ୍ୟୁତିକ କାର ଉପରେ ବିଶେଷ ଭାବରେ ଦିଲ୍ଲୀ, ମୁମ୍ବାଇ ଏବଂ ଅନ୍ୟାନ୍ୟ ମେଟ୍ରୋ ସହରରେ ଧ୍ୟାନ ଦେଉଛନ୍ତି।

ମନ୍ତ୍ରଳାୟ ଏହା ମଧ୍ୟ କହିଛି ଯେ, ୫୧ଟି ଖଣିଜ ବ୍ଲକ୍ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇଛି। ଏହି ୫୧ଟି ଖଣିଜ ବ୍ଲକ୍ ମଧ୍ୟରୁ ୫ଟି ସୁନା ଖଣି ବ୍ୟତିତ ମଲାଇବେଡେନ୍ମ୍‌, ବେସ୍ ଧାତୁ ଇତ୍ୟାଦି ସାମଗ୍ରୀ ସହିତ ଜଡିତ। ଏହି ବ୍ଲକ୍ ୧୧ ଟି ରାଜ୍ୟରେ ଯଥା ଜାମ୍ମୁ କାଶ୍ମୀର, ଆନ୍ଧ୍ରପ୍ରଦେଶ, ଛତିଶଗଡ, ଗୁଜୁରାଟ, ଝାଡଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନ, ତାମିଲନାଡୁ ଏବଂ ତେଲେଙ୍ଗାନା ସାମିଲ ରହିଛନ୍ତି।

Get real time updates directly on you device, subscribe now.