fbpx

ପୁଣି ଫେରିଲା ଜିକା ଭାଇରସ; ଏହି ରାଜ୍ୟରୁ ଚିହ୍ନଟ ହେଲେ ପ୍ରଥମ ଆକ୍ରାନ୍ତ

ଥିରୁଅନନ୍ତପୁରମ: ଦେଶକୁ ପୁଣି ଥରେ ଫେରିଛି ଜିକା ଭାଇରସ୍ । ୨୦୧୭ରେ ପ୍ରଥମ ଥର ପାଇଁ ଦେଶରେ ଚିହ୍ନଟ ହୋଇଥିବା ଜିକା ଭାଇରସ୍ ପୁଣି ଥରେ ଫେରିଛି । ଶୁକ୍ରବାର କେରଳରୁ ଦେଶର ପ୍ରଥମ ଜିକା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଥିରୁଅନନ୍ତପୁରମର ପାରାସାଲ୍ଲାର ୨୪ ବର୍ଷୀୟ ମହିଳାଙ୍କ ଠାରେ ଜିକା ଭାଇରସର ଲକ୍ଷଣ ରହିଥିବା ନେଇ ସ୍ପଷ୍ଟ କରିଛନ୍ତି କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ । ମହିଳା ଜଣଙ୍କ କେରଳର ଏକ ଘରୋଇ ହସ୍ପିଟାଲରେ ଜୁନ୍ ୨୮ରେ ଚିକିତ୍ସିିତ ହେବା ପାଇଁ ଭର୍ତ୍ତି ହୋଇଥିଲେ ।

ସାଧାରଣତଃ ଏହି ଭାଇରସ ମଶା ଦ୍ୱାରା ବ୍ୟାପୁଥିବା ବେଳେ ଗର୍ଭବତୀ ମହିଳା ମାନେ ଏହା ଦ୍ୱାରା ଅଧିକ ପରିମାଣରେ ଆକ୍ରାନ୍ତ ହୋଇଥାନ୍ତି । ଜୁନ୍ ୭ରେ ମହିଳା ଜଣଙ୍କ ସନ୍ତାନ ଜନ୍ମ ଦେଇଥିଲେ । ଏହାପରେ ଜୁନ୍ ୨୮ରେ ମହିଳା ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମହିଳା ଜଣଙ୍କ କେଉଁଆଡେ ଗସ୍ତ କରିନଥିବା ବେଳେ ସେ ତାମିଲନାଡୁ ସୀମାରେ ରୁହନ୍ତି । ଏକ ସପ୍ତାହ ପୂର୍ବରୁ ମହିଳାଙ୍କ ମାଙ୍କ ଠାରେ ମଧ୍ୟ ସମାନ ଲକ୍ଷଣ ଦେଖା ଦେଇଥିଲା । ତେବେ ତାଙ୍କ ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଆସିନାହିଁ । ଏହା ସହିତ ସମାନ ଲକ୍ଷଣ ରହିଥିବା ଆଉ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତଙ୍କ ରିପୋର୍ଟ ପୁଣେ ସ୍ଥିତ ନ୍ୟାସନାଲ ଭାଇରୋଲୋଜି ସେଣ୍ଟରକୁ ପଠାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଜିକା ଭାଇରସ୍ ମୁଖ୍ୟତଃ ଗର୍ଭବତୀ ମହିଳାଙ୍କୁ ଆକ୍ରାନ୍ତ କରୁଥିବା ବେଳେ ଏହାର ଲକ୍ଷଣ ଡେଙ୍ଗୁ ପରି ରହିଥାଏ । ଶରୀର କୁଣ୍ଡେଇ ହେବା ସହିତ ଗଣ୍ଠି ଦରଜ ପରି ଲକ୍ଷଣ ଦେଖିବାକୁ ମିଳିଥାଏ ।

Get real time updates directly on you device, subscribe now.