fbpx

ବର୍ଷା ସମୟରେ ସତରେ ଆକାଶରୁ ମାଛ ପଡନ୍ତି! କ’ଣ କହେ ବିଜ୍ଞାନ….

ଓଡିଶା ଭାସ୍କର: ଦେସରେ ମୌସୁମୀ ଆସି ସାରିଛି ଓ ଅନେକ ରାଜ୍ୟରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ବର୍ଷା କାରଣରୁ ସାପ, ବେଙ୍ଗ ଓ ମାଛ ମଧ୍ୟ ଘର ପାଖକୁ ପହଞ୍ଚି ଯାଆନ୍ତି । ବର୍ଷା ଆସିଲେ ଗ୍ରାମାଞ୍ଚଳ ଲୋକ କହନ୍ତି ଯେ ଆକାଶରୁ ମାଛ ଭୂମିରେ ପଡନ୍ତି । ତେବେ ସତରେ କ’ଣ ମାଛ ଆକାଶରୁ ପଡନ୍ତି! ଜାଣିବା ଏହା ପଛର କାରଣ….
ମୌସୁମୀ ଆସିଲେ ଅନ୍ୟ ସମୟ ତୁଳନାରେ ଅଧିକ ବର୍ଷା ହୁଏ । ଫଳରେ ପାଣିରେ ରହୁଥିବା ଜୀବଙ୍କ ପ୍ରଜନନ ମଧ୍ୟ ବଢେ । ଫଳରେ ନଦୀ ଓ ପୋଖରୀରେ ରହୁଥିବା ମାଛଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇଥାଏ । ଅନେକ ସମୟରେ ଦାବି କରାଯାଏ ଯେ ବର୍ଷାରେ ଆକାଶରୁ ମାଛ ପଡନ୍ତି । ତେବେ ମାଛ ଆକାଶ ପର୍ଯ୍ୟନ୍ତ କେମିତି ପହଞ୍ଚନ୍ତି । ରିପୋର୍ଟ ଅନୁସାରେ ଏହା ସତ୍ୟ ଯେ ଆକାଶରୁ ମାଛ ବର୍ଷା ସହ ତଳେ ପଡନ୍ତି । ଏହାକୁ ଅନେକ ଲୋକ ଚମତ୍କାର ଭାବନ୍ତି । କିନ୍ତୁ, ବାସ୍ତବରେ କହିବାକୁ ଗଲେ ଏହା ପଛରେ ବିଜ୍ଞାନ ଅଛି । ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ଘଟଣା ଜଳସ୍ତମ୍ଭ ଯୋଗୁଁ ହୋଇଥାଏ ।

ପ୍ରକାଶଥାଉ ଯେ, ଯେତେବେଳେ ଜୁଆର ସମୁଦ୍ର ପାଖକୁ ଦେଇ ଆସେ ସେହି ସମୟରେ ଅନେକ ମାଛ, ବେଙ୍ଗ ତଥା ଅନ୍ୟ ପାଣିରେ ରହିଥିବା ଜୀବ ପବନ ସହ ଚାଲିଯାଆନ୍ତି । ଏହାର ପ୍ରଭାବ ବହୁତ ଅଧିକ ଥିବା କାରଣରୁ ଏହା ଉପରକୁ ସେମାନଙ୍କୁ ଟାଣି ନିଏ । ହିନ୍ଦୀରେ ଏହି ସ୍ଥିତିକୁ ବୱଣ୍ଡର କୁହାଯାଏ । ସେମାନେ ଏହି ବୱଣ୍ଡରରେ ସେତେ ସମୟ ଯାଏଁ ରୁହନ୍ତି ଯେତେବେଳ ଯାଏଁ ପବନର ଗତି କମ ନ ହୁଏ । ଫଳରେ ମାଛ ଭଳି ଜୀବ ଉପରୁ ଏହାର ଗତି କମିଲେ ବର୍ଷା ସହ ତଳେ ପଡନ୍ତି ।

Get real time updates directly on you device, subscribe now.