fbpx
BSKY SKY
BSKY SKY

ମାଛ ଜାଲରେ ପଡି ଛଟପଟ ହେଲା ଅଜଗର, ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ

BSKY

ବ୍ରହ୍ମପୁର (ଭାସ୍କର ନ୍ୟୁଜ୍‌): ମାଛ ଜାଲରେ ପଡି ଛଟପଟ ହେଉଥିବା ଅଜଗର ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପ ଲାଇନ ସଦସ୍ୟ । ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ନିକଟରେ ଥିବା ଡି୍‌ ସନ୍‌ ହେଚେରୀ ପରିସରରେ ଏକ ଜାଲରେ ଅଜଗର ସାପଟି ବିଳମ୍ବିତ ରାତିରୁ ଛନ୍ଦି ହୋଇ ପଡ଼ିଥିଲା । ଦୀର୍ଘ ସମୟ ହେବ ସାପଟି ବାହାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଥିରୁ ବାହାରି ପାରିନଥିଲା । ଶେଷରେ ହେଚେରୀ ମ୍ୟାନେଜର ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ । ଏହାପରେ ବ୍ରହ୍ମପୁର ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧୀନ କୁମାର ସାହୁ ଏବଂ ଶ୍ରୀକାନ୍ତ ନାହାକ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଉଦ୍ଧାର ସାପଟି ଅଜଗର ପ୍ରଜାତିର ହୋଇଥିବା ବେଳେ ଏହାର ମୁଣ୍ଡ ଛୋଟ ଏବଂ ଦେହ ବଡ଼ ହୋଇଥାଏ । ଯାହାଦ୍ୱାରା ପ୍ରଥମେ ଖାଦ୍ୟ ଲୋଭରେ ସେ ଜାଲରେ ଫସି ଯାଇଥିବା କହିଛନ୍ତି । ସାପଟିର ଲମ୍ବ ୪ ଫୁଟ ହୋଇଥିବା ବେଳେ ଏହାକୁ ବନବିଭାଗର ପରାମର୍ଶ କ୍ରମେ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବ ବୋଲି ସ୍ନେକ ହେଲ୍ପ ଲାଇନ ସଦସ୍ୟ କହିଛନ୍ତି ।

Get real time updates directly on you device, subscribe now.