Daily ଜିମ୍ ଯାଉଛନ୍ତି କି? ଏହି ଉପକରଣରେ ଅଧିକା ରହିଥାଏ ବ୍ୟାକ୍ଟେରିଆ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ରୋଗ ଏବଂ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କେବଳ ଅଫିସ କିମ୍ବା ଘରେ ନୁହେଁ ସବୁ ସ୍ଥାନରେ ଜୀବାଣୁ ରହିଥାଏ । ସୁଇଚ୍ ବୋର୍ଡ, କବାଟ ହ୍ୟାଣ୍ଡେଲ, କପଡା, ତକିଆ, ଟାୱେଲ, କମ୍ବିଂ, ଘରର କୋଣ, ଟିଭି କିମ୍ବା ଏସି, ପାଣି ବୋତଲ, ଫ୍ରିଜ, ସୋଫା, ଚଟାଣ, ସିଡ଼ି, ବାଲକୋନି, ଏପରିକି ଟେଲିଫୋନରେ ମଧ୍ୟ ବ୍ୟାକ୍ଟେରିଆ ଲୁଚି ରହିଥାଏ । ତେବେ ଅନେକ ବିଶେଷଜ୍ଞ କହିଛନ୍ତି ଯେ, ଅଧିକାଂଶ ଜୀବାଣୁ ଟଏଲେଟ ସିଟରୁ ମିଳିଥାଏ । ତେବେ ନିକଟରେ ଜୀବାଣୁକୁ ନେଇ ଏକି ରିସର୍ଚ୍ଚ କରାଯାଇଥିବା ବେଳେ ଜିମ୍ ଯାଉଥିବା ବ୍ୟକ୍ତିଙ୍କୁ ସତର୍କ କରାଯାଇଛି । ଏହି ଅଧ୍ୟୟନରେ ଦର୍ଶାଯାଇଛି ଯେ ଜିମରେ ବ୍ୟବହୃତ ଡମ୍ବଲ ପରି ଉପକରଣରେ ଟଏଲେଟ୍ ସିଟ୍ ଅପେକ୍ଷା 362 ଗୁଣ ଅଧିକ ଜୀବାଣୁ ରହିଥାଏ ।

ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ, ଜିମ୍ ଉପକରଣରେ ହାନିକାରକ ବ୍ୟାକ୍ଟେରିଆ ରହିଥାଏ । ଯାହାକି ସ୍ବାସ୍ଥ୍ୟପକ୍ଷେ ଅଧିକ କ୍ଷତିକାରକ ହୋଇଥାଏ । ଏଥିପାଇଁ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ । ଜିମ୍ ଉପକରଣକୁ ନେଇ ରିସର୍ଚ୍ଚ କରାଯାଇଥିବା ବେଳେ ପ୍ରତି ବର୍ଗ ଇଞ୍ଚରେ 10 ଲକ୍ଷରୁ ଅଧିକ ବ୍ୟାକ୍ଟେରିଆ ମିଳିଥିଲା । ଜିମରେ ଗ୍ରାମ ପଞ୍ଜିକ୍ଟିଭ କୋକ୍ସି ଭଳି ବ୍ୟାକ୍ଟେରିଆ ସଂସର୍ଶରେ ଆସିବା ଦ୍ବାରା ସ୍କିନ ଇନଫେକ୍ସନ ହେବାର ସମ୍ଭାବନା ଅଧିକ ରହିଥାଏ । ଫ୍ରି ଓ୍ବେଟରେ ଟଏଲେଟ ସିଟ ତୁଳନାରେ 362 ଗୁଣା ଅଧିକ ବ୍ୟାକ୍ଟେରିଆ ରହିଥାଏ । ଟ୍ରେଡମିଲରେ ପବ୍ଲିକ ବାଥରୁମ ତୁଳନାରେ 74 ଗୁଣା ଅଧିକ ବ୍ୟାକ୍ଟେରିଆ ହୋଇଥାଏ ।

ତେବେ ବ୍ୟାକ୍ଟେରିଆଙ୍କ ଠାରୁ ବଞ୍ଚିବାକୁ ହେଲେ ସଫାସୁତରା ରହିବା ପାଇଁ ପରାମର୍ଶ ଦିଆଯାଉଛି । ମୁହଁକୁ ଛୁଇଁବା ପୂର୍ବରୁ ହାତକୁ ଭଲ ଭାବେ ପରିଷ୍କାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅତିରିକ୍ତ ସୁରକ୍ଷା ପାଇଁ ଓ୍ବାର୍କଆଉଟ ପରେ କପଡା ବଦଳାଇବା ଉଚିତ ।

Get real time updates directly on you device, subscribe now.